କିଟ୍ ଓ କିସ୍ ପକ୍ଷରୁ ୩୨ଜଣ ପୂର୍ବତନ ଖେଳାଳିଙ୍କୁ ନିଯୁକ୍ତି ପ୍ରଦାନ

ଭୁବନେଶ୍ୱର, ୧୧/୧୦ (ଓଡିଶା ଖବର) : ରାଜ୍ୟରେ କିଟ୍ ଓ କିସ୍ ପକ୍ଷରୁ ୩୨ଜଣ ପୂର୍ବତନ ଖେଳାଳିଙ୍କୁ ସୋମବାର ନିଯୁକ୍ତି ପ୍ରଦାନ କରାଯାଇଛି । କ୍ରୀଡ଼ାବିତ୍‌ଙ୍କ ସହ ଏକାଧିକ ଏନ୍‌ଆଇଏସ୍ ପ୍ରଶିକ୍ଷିତ ପ୍ରଶିକ୍ଷକଙ୍କୁ ଉଭୟ ଅନୁଷ୍ଠାନର କ୍ରୀଡ଼ା ବିଭାଗର ବିଭିନ୍ନ ପଦପଦବିରେ ଅବସ୍ଥାପିତ କରାଯାଇଛି । ଯାହା କିଟ୍ ଓ କିସ୍‌ର କ୍ରୀଡ଼ା ଉତ୍କର୍ଷତାକୁ ସ୍ବୀକୃତି ପ୍ରଦାନ ସହ ପୂର୍ବତନ ଖେଳାଳିଙ୍କ କ୍ରୀଡ଼ା କ୍ୟାରିୟରକୁ ସଜାଡ଼ିବାର ପ୍ରତିବଦ୍ଧତାକୁ ଦର୍ଶାଉଛି । ନିଯୁକ୍ତିପତ୍ର ପାଇଥିବା ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି କୁନି ଭଦ୍ରା (୨୩ବର୍ଷରୁ କମ୍ କ୍ରିକେଟର୍), ଉମା ଦଳପତି (ଜାତୀୟସ୍ତରୀୟ ଚେସ୍‌ ଖଳାଳି), ମକରଦ ପ୍ରଧାନ (ଜାତୀୟ ରଗ୍‌ବି ଖେଳାଳି), ଜଗନ୍ନାଥ ମାଝୀ (ଜାତୀୟ ଖୋ ଖୋ ଖେଳାଳି), ସରିତା ଏକ୍କା (ଜାତୀୟସ୍ତରୀୟ ହକି ଖେଳାଳି ) । ପୂର୍ବତନ ଅନ୍ତର୍ଜାତୀୟ ତୀରନ୍ଦାଜ ରାହୁଳ ବାନାର୍ଜୀଙ୍କ ସହ ଅନ୍ୟ କେତେକ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ପ୍ରଶିକ୍ଷକ ମଧ୍ୟ ବିଭିନ୍ନ ଖେଳର ପରାମର୍ଶଦାତା ଭାବେ ନିଯୁକ୍ତି ପାଉଛନ୍ତି। ସେହିଭଳି ଖୁବ୍‌ଶୀଘ୍ର ଆଉ ଏକ ପର୍ଯ୍ୟାୟରେ ମଧ୍ୟ ୧୫ରୁ ୨୦ ଜଣ ଖେଳାଳି କିଟ୍ ଓ କିସ୍‌ରେ ନିଯୁକ୍ତି ପାଇବାକୁ ଯାଉଛରି ବୋଲି କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ସୂଚନା ଦେଇଛନ୍ତି । ଏହି ଖେଳାଳିମାନେ ନିଜ ବୃଦ୍ଧିଗତ ଜୀବନ ଆରମ୍ଭ କରିବା ପୂର୍ବରୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଏଭଳି ବଦାନ୍ୟତା ପାଇଁ ହୃଦୟର ଗଭୀରତମ କୋଣରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

କିଟ୍ ଓ କିସ୍ କ୍ରୀଡ଼ା ବିଭାଗ ନୂଆକରି ଯୋଗ ଦେଇଥିବା ୩୨ଜଣଙ୍କୁ ମିଶାଇ ମୋଟ ୩୩୭ କର୍ମଚାରୀଙ୍କୁ ଜୀବନ, ଜୀବିକା ପ୍ରଦାନ କରିଛି । ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ନିଜେ ଜଣେ ଭଲିବଲ୍ ଖେଳାଳି ହୋଇଥିଲା ବେଳେ ଯୁଗ୍ମନିର୍ଦ୍ଦେଶକ ରୁଦ୍ରକେଶ ଜେନା ମଧ୍ୟ ରଗ୍‌ବି ଖେଳୁଥିଲେ। ସେହିଭଳି ଅନ୍ୟତମ ଯୁଗ୍ମନିର୍ଦ୍ଦେଶତକ ରଶ୍ମିତା ମହାନ୍ତି ମହିଳା କ୍ରିକେଟର୍ ପରିଚିତ ଚେହେରା । ଖେଳାଳି, ଚୟନକର୍ତ୍ତା, ପ୍ରଶିକ୍ଷକ ଭାବେ ଓଡ଼ିଶାରେ ମହିଳା କ୍ରିକେଟ୍‌କୁ ଆଗକୁ ନେବାରେ ଅଗ୍ରଣୀ ଭୂମିକା ତୁଲାଇ ଆସୁଛନ୍ତି ସେ । କ୍ରୀଡ଼ା ପ୍ରୋତ୍ସାହନ ସହ କିଟ୍ ଓ କିସ୍ କ୍ରୀଡ଼ା ବିଭାଗ ଏବେ ଖେଳାଳି ଏବେ ଖେଳାଳି, ଖେଳ ସଂପର୍କିତ ପେସାଦାର ଓ ସୌଖିନ ତାରକାଙ୍କୁ ବୃତ୍ତିଗତ ପ୍ରଦାନର ପେଣ୍ଠସ୍ଥଳୀ ପାଲଟିଛି।