ଭୁବନେଶ୍ବର,୧୮/୬: ଲଦାଖର ଗାଲୱାନ ଘାଟିରେ ଭାରତ-ଚୀନ ସଂଘର୍ଷରେ ସହିଦ ହୋଇଥିବା ଦେଶର ୨୦ ଜଣ ଯବାନଙ୍କ ମଧ୍ୟରେ ଓଡ଼ିଶାର ଦୁଇ ଜଣ ସହିଦ ଯବାନ ଅଛନ୍ତି । ସେମାନେ ହେଲେ କନ୍ଧମାଳରୁ ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୁରଭଞ୍ଜ ରାଇରଙ୍ଗପୁରର ନନ୍ଦୁରାମ ସୋରେନ ।
ଆଜି ସନ୍ଧ୍ୟାରେ ଶହୀଦଙ୍କ ମରଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସଲାମୀ ଦିଆଯାଇଥିଲା । ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏଥି ସହ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ସେ କହିଛନ୍ତି ‘‘ଯବାନଙ୍କ ପରିବାର ସମସ୍ତ ପିଲାମାନଙ୍କ ଶିକ୍ଷା ଦାୟିତ୍ବ ମୁଁ ବହନ କରିବି । ସମସ୍ତ ପିଲାଙ୍କୁ କିଟ୍ ଓ କିସରେ ମାଗଣ ଶିକ୍ଷାଦାନ ପାଇଁ ମୁଁ ତାଙ୍କ ପରିବାରକୁ ପ୍ରସ୍ତାବ ଦେଇଛି ।’’