କିଟରେ ଦ୍ଵିତୀୟ ତମ ଆନୁଆଲ ରିସର୍ଚ୍ଚ ଆଣ୍ଡ ଇନୋଭେସନ କନକ୍ଳେଭ ଅନୁଷ୍ଠିତ

ଭୁବନେଶ୍ୱର, ୧୩/୦୩ : କିଟ ବିଶ୍ଵବିଦ୍ୟାଳୟରେ ଦ୍ଵିତୀୟ ତମ ଆନୁଆଲ ରିସର୍ଚ୍ଚ ଆଣ୍ଡ ଇନୋଭେସନ କନକ୍ଳେଭ ଅନୁଷ୍ଠିତ ହୋଇଛି । ୩ ଦିନ ଧରି ଚାଲିବ କାର୍ଯ୍ୟକ୍ରମ । ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ କିଟ୍ ବିଶ୍ୱାବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂ,ଗେଲ୍ ଇଣ୍ଡିଆ ଲିମିଟେଡ଼ର ଆଡ଼ଭାଇଜର (ଆରଆଣ୍ଡଡି ) ଡାଇରେକ୍ଟର ଡକ୍ଟର ଗୁରୁପିତ ସିଂ କପୁର, ପ୍ରଫେସର ସଞ୍ଜୟ ମାଥୁର,ଅଶୋକା ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ୍ କେମିକାଲ ସାଇନ୍ସର ଚେୟାରମ୍ୟାନ ସୌରଭ ପଲ,ଜବଲପୁର ଡିଏନଏଲୟୁର ଭାଇସ ଚାନ୍ସଲର ପ୍ରଫେସର ମନୋଜ ସିହ୍ନାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଅଂଶ ଗ୍ରହଣ କରିଥିଲେ । କନକ୍ଲେଭରେ ଟେକ୍ନଲୋଜି, ସ୍କିଲ ଓ ରିସର୍ଚ୍ଚକୁ ନେଇ ଆଲୋଚନା ହୋଇଥିଲା । ଏହି ଅବସରରେ ବହୁ ସଂଖ୍ୟାରେ କିଟ୍ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ବିଭାଗର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । KIIT ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବ ୬୧ତମ ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେ । ଆସନ୍ତା ଏପ୍ରିଲରେ କିଟ୍ କ୍ୟାମ୍ପସରେ ଏହି ମେଗା ଇଭେଣ୍ଟ ଆୟୋଜନ କରାଯାଇଥିଲା । ଏ ନେଇ ଆଜି ମୁମ୍ବାଇ ଠାରେ KIIT ଓ ଫେମିନା ମିସ୍ ଇଣ୍ଡିଆ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ପ୍ରଥମ ଥର ପାଇଁ କୌଣସି ବିଶ୍ୱବିଦ୍ୟାଳୟରେ ଏଭଳି ମେଗା ଇଭେଣ୍ଟ ଆୟୋଜନ କରାଯାଇଥିଲା । ଏହା ସହିତ ଦେଶର ପୂର୍ବାଞ୍ଚଳରେ ଏଭଳି କାର୍ଯ୍ୟକ୍ରମ ପ୍ରଥମ ଥର କିଟରେ ଆୟୋଜନ କରାଯାଇଥିଲା ।