ଛତ୍ରପୁର,୨/ ୪: ଛତ୍ରପୁର ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ କିରଣ କୁମାରୀ ଦାସ । ଅଗସ୍ତି ନୂଆଗାଁର ସମିତି ସଭ୍ୟ ଅଛନ୍ତି କିରଣ । ୧୨ ଟି ଭୋଟ ପାଇ ବିଜୟୀ ହୋଇଛନ୍ତି କିରଣ । ୧୮ଟି ସମିତି ସଭ୍ୟଙ୍କୁ ନେଇ ହୋଇଥିଲା ବ୍ଲକ ଅଧ୍ୟକ୍ଷ ନିର୍ବାଚନ । ବ୍ଲକ ଅଧ୍ୟକ୍ଷ ନିମନ୍ତେ ଦୁଇ ଜଣ ପ୍ରାର୍ଥୀନୀ ନାମାଙ୍କନ ଦାଖଲ କରିଥିଲେ ।
କିରଣଙ୍କ ପ୍ରତିଦ୍ଵନ୍ଦୀ ଭାବେ ନାମାଙ୍କନ ଦାଖଲ କରିଥିଲେ ସିନ୍ଦୁରପୁରର ସମିତିସଭ୍ୟ ସୁଜ୍ଞାନୀ ସେଠୀ ତାଙ୍କୁ ୬ ଖଣ୍ତ ଭୋଟ ମିଳିଛି । ଛତ୍ରପୁର ବ୍ଲକ ୧୮ଜଣ ସମିତି ସଭ୍ୟକୁ ନେଇ ଗଠିତ । ମାର୍ଚ୍ଚ ୧୨ରେ ବ୍ଲକ ଅଧ୍ୟକ୍ଷା ଇଲେକ୍ସନ ଥିବା ବେଳେ ୬ ଜଣ ସମିତି ସଭ୍ୟ କରୋନା ପଜିଟିଭ ଚିହ୍ନଟ ପରେ ତାହା ସ୍ଥଗିତ ହୋଇ ଆଜି ଇଲେକ୍ସନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା ।
ଆଜି ସକାଳୁ ସକାଳୁ ମଧ୍ୟ୍ୟ ୧୨ଜଣ ସମିତି ସଭ୍ୟଙ୍କୁ ପୋଲିସ ବାଲୁଙ୍ଗା ସ୍ଥିତ ବରକୁଲ ଏକ ଲଜରେ ରହିଥିବା ବେଳେ ସେମାନଙ୍କୁ ପୋଲିସ ଅଟକ ରଖିଥିଲା । ପରବର୍ତ୍ତୀ ସମୟରେ ସେମାନେ ସେଠାରୁ ଉଦ୍ଧାର ହୋଇ ଛତ୍ରପୁର ବ୍ଲକକୁ ଆସି ଭୋଟ ଦେଇଥିଲେ ।