ବଲିଉଡ଼ ଅଭିନେତା ଧର୍ମେନ୍ଦ୍ରଙ୍କ ବିୟୋଗରେ ଅଚ୍ୟୁତ ସାମନ୍ତଙ୍କ ଗଭୀର ଶୋକ

ଭୁବନେଶ୍ୱର, ୨୪/୧୧ : ବିଶିଷ୍ଟ ବଲିଉଡ଼ ଅଭିନେତା ଧର୍ମେନ୍ଦ୍ରଙ୍କ ବିୟୋଗରେ କିଟ୍‍, କିସ୍‍ ଓ କାଦମ୍ବିନୀ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଦୀର୍ଘ ଦିନ ଧରି ଧର୍ମେନ୍ଦ୍ରଙ୍କ ସହ ଅଚ୍ୟୁତ ସାମନ୍ତଙ୍କ ନିବିଡ଼ ସମ୍ପର୍କ ରହିଆସିଥିଲା । ୨୦୧୩ରେ ଧର୍ମେନ୍ଦ୍ର କିଟ୍‍ ଓ କିସ୍‍ ପରିଦର୍ଶନ କରିଥିଲେ । କିସ୍‍ରେ ହଜାର ହଜାର ଜନଜାତି ଛାତ୍ରଛାତ୍ରୀଙ୍କ ସହ ମିଶିବା ସହ ଶିକ୍ଷା ଜରିଆରେ ଜନଜାତିଙ୍କ ବିକାଶ କାର୍ଯ୍ୟକୁ ସେ ବେଶ ପ୍ରଶଂସା କରିଥିଲେ ଧର୍ମେନ୍ଦ୍ରଙ୍କ ସହଧର୍ମିଣୀ ତଥା ହେମାମାଳିନୀ ମଧ୍ୟ କିଟ୍‍ ଓ କିସ୍‍ ପରିଦର୍ଶନ କରିଥିଲେ । ଶ୍ରୀ ସାମନ୍ତ ମଧ୍ୟ ମୁମ୍ବାଇ ଗସ୍ତ ଅବସରରେ ପ୍ରାୟତଃ ତାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରୁଥିଲେ । ଧର୍ମେନ୍ଦ୍ରଙ୍କ ବିୟୋଗରେ ବଲିଉଡ଼୍‍ ଏକ ଉଜ୍ଜ୍ୱଳ ତାରକା ହରାଇଲା ବୋଲି ଶ୍ରୀ ସାମନ୍ତ କହିଛନ୍ତି ।