ଆଜି ହଗ୍‌ ଡେ’, କାହିଁକି ଏବଂ କିପରି ପାଳନ କରାଯାଏ ଏହି ଦିବସ

ଭୁବନେଶ୍ୱର, ୧୨/୦୨ : ଭାଲେଣ୍ଟାଇନ୍‌ ଓ୍ଵିକ୍‌ର ୬ଷ୍ଠ ଦିନରେ ହଗ୍‌ ଡେ’ ପାଳନ କରାଯାଏ । ଆଜି ପ୍ରେମୀଯୁଗଳ ହଗ୍‌ ଡେ’ ସେଲିବ୍ରେଟ କରିବେ । ଏହି ଦିନ ସବୁ ପ୍ରେମୀ ଯୁଗଳ ନିଜର ଜୀବନ ସାଥୀଙ୍କୁ ଆଲିଙ୍ଗନ କରିଥାନ୍ତି । ଭାଲେଣ୍ଟାଇନ୍‌ ଓ୍ଵିକର ଏହି ଦିନ ସମସ୍ତଙ୍କ ପାଇଁ ଖୁବ୍‌ ଖାସ୍‌ ହୋଇଥାଏ । ଏହି ଦିନ ନିଜର କିଛି ଖାସ୍‌ ଲୋକଙ୍କୁ ଆଲିଙ୍ଗନ କରିବା ଦ୍ୱାରା ଭଲପାଇବା ଏବଂ ବିଶ୍ୱାସ ଆହୁରି ଗଭୀର ହୋଇଥାଏ । ତେବେ ଜାଣନ୍ତୁ ଆପଣ ନିଜ ପାର୍ଟନରଙ୍କୁ ହଗ୍‌ ଡେ’ ରେ କିପରି ଓ୍ଵିଶ୍‌ କରିବେ । ଯେତେବେଳେ ଦୁଇ ଲୋକ ପରସସ୍ପରଙ୍କୁ ଆଲିଙ୍ଗନ କରିଥାନ୍ତି, ସେହି ସମୟରେ ତାଙ୍କ ଶରୀରରୁ ଅନେକ ହର୍ମୋନ ବାହାରିଥାଏ । ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏଥିସହ ନିଜ ସାଥୀଙ୍କ ପ୍ରତି ଭଲପାଇବା, ବିଶ୍ୱାସ ଆହୁରି ବଢିଥାଏ । ଏହିକାରଣରୁ ଆପଣ ଯାହାଙ୍କୁ ଅଧିକ ଭଲପାଉଛନ୍ତି ଏହି ସ୍ପେଶାଲ ଡେ’ ହଗ୍‌ କରିବା ପାଇଁ ବିଲକୁଲ୍‌ ଭୁଲନ୍ତୁ ନାହିଁ ।

ଜାଣନ୍ତୁ ନିଜର ଲୋକଙ୍କୁ କିପରି ଆଲିଙ୍ଗନ କରିବେ ?

ନିଜ ପାର୍ଟନରଙ୍କୁ ଆଲିଙ୍ଗନ କରି କିଛି ସମୟ ପର୍ଯ୍ୟନ୍ତ ରୁହନ୍ତୁ । ନିଜର ମାତା-ପିତା ଏବଂ ବଡ ଭାଇ-ଭଉଣୀଙ୍କୁ ପ୍ରଣାମ କରିବା ସହ ଜୋର୍‌ରେ ହଗ୍‌ କରନ୍ତୁ । ନିଜ ସାଙ୍ଗମାନଙ୍କୁ ମଧ୍ୟ ଆଲିଙ୍ଗନ କରି ଏହି ଡେ’ ପାଳନ କରନ୍ତୁ । ନିଜ ସହ କାମ କରୁଥିବା ସହକର୍ମୀଙ୍କୁ ଦୁଇ କାନ୍ଧ ଟଚ୍‌ ହେବା ଭଳି ସାଇଡ୍‌ ହଗ୍‌ କରନ୍ତୁ ।