କଣ୍ଟା ଭଳି ଦିଶୁଥିବା ଏହି ପରିବାରେ ରହିଛି ଅନେକ ଗୁଣ, ପେଟ ରୋଗଠାରୁ କ୍ୟାନସର ରୋଗକୁ କରେ ଦୂର

ଆମେ ପିଲାବେଳୁ ବହିରେ ପାଠ ପଢ଼ିଆସିଛେ ଯେ ‘ମାଙ୍କଡ଼ ଖାଏ କାଙ୍କଡ଼ କଷି , ବାଙ୍କ ବାବୁଙ୍କ ବାଡ଼ିରେ ପଶି’ । କାଙ୍କଡ଼ କଣ୍ଟାଭଳି ଦେଖାଯାଉଥିବାରୁ ଅଧିକାଂଶ ଲୋକଙ୍କୁ ଏହି ପରିବା ଖାଇବାକୁ ପସନ୍ଦ କରିନଥାନ୍ତି । କିନ୍ତୁ ଏହି ପରିବାଟି ସ୍ବାସ୍ଥ୍ୟ ପାଇଁ ଅନେକ ଫଳପ୍ରଦ ହୋଇଥାଏ । ବୋଧହୁଏ ଏହାର ଉପକାରିତା ଖୁବ୍ କମ୍ ଲୋକଙ୍କୁ ଜଣା । ତଟକା ପରିବା ସମସ୍ତଙ୍କୁ ଖାଇବାର ଆବଶ୍ୟକତା ରହିଛି । ଏହା ଶରୀରରେ ଶକ୍ତି ଯୋଗାଇବାର କାମ କରେ । ଖାଲି ଶକ୍ତି ଯୋଗାଏ ନାହିଁ ଶରୀରର ଅନେକ ରୋଗକୁ ଧୀରେ ଧୀରେ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ ।

ପ୍ରୋଟିନ୍ ଏବଂ ଆଇରନରେ ଭରପୂର ଏହି ପରିବା । ଏଥିରେ କମ୍ କ୍ୟାଲୋରୀ ଥିବା ସହିତ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ମଧ୍ୟ ଭରପୂର ପରିମାଣରେ ଥାଏ । ତେଣୁ କାଙ୍କଡ଼ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଏବଂ ହଜମ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ । ଏହା ବ୍ୟତୀତ ସଂକ୍ରମଣକୁ ହ୍ରାସ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ । ତେବେ ଆସନ୍ତୁ କାଙ୍କଡ଼ର ଉପକାରିତା ଗୁଣ ସମ୍ପର୍କରେ ଅଧିକ ଜାଣିବା ।

କ୍ୟାନସରକୁ ରୋକେ: କାଙ୍କଡ଼ରେ ଭିଟାମିନ୍ ସି ଏବଂ ପ୍ରାକୃତିକ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଶରୀରରୁ ଫ୍ରି ରେଡିକାଲ୍ ଏବଂ ଟକ୍ସିନ୍ ବାହାର କରିଥାଏ । ଯାହା କ୍ୟାନସରକୁ ରୋକିବାରେ ସହାୟକ କରେ । ଏଥିସହ ଏଥିରେ ଲ୍ୟୁଟିନ୍ ଭଳି କ୍ୟାରୋଟିନଏଡ୍ସ ମଧ୍ୟ ଥାଏ । ଆଖି ଏବଂ ହାର୍ଟ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ପାଚନ ଶକ୍ତି ଉନ୍ନତ କରେ: କାଙ୍କଡ଼ ଥିବା ଗୁଣ ପାଚନ ଶକ୍ତି ଉନ୍ନତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଏଥିସହ କାଙ୍କଡ଼ରେ ପ୍ରୋଟିନ ଏବଂ ଆଇରନ ପ୍ରଚୁର ମାତ୍ରାରେ ଥିବାରୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।

ଡାଇବେଟିସ୍ ପାଇଁ ଲାଭଦାୟକ: ମଧୁମେହରେ ଆକ୍ରାନ୍ତ ରୋଗୀଙ୍କ ପାଇଁ କାଙ୍କଡ ବେଶ୍ ଲାଭଦାୟକ । କାଙ୍କଡକୁ ଇନସୁଲିନ୍ ପ୍ଲାଣ୍ଟ ମଧ୍ୟ କୁହାଯାଏ । ଯେଉଁ ପନିପରିବାରେ ଅଧିକ ମାତ୍ରାରେ ଫାଇବର ଥାଏ ତାହା ମଧୁମେହକାରୀ ଖାଦ୍ୟ ଭାବରେ ଗଣନା କରାଯାଇଥାଏ । ଏହା ମଧୁମେହ ରୋଗୀଙ୍କ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଏହାକୁ ମଧୁମେହ ବିରୋଧୀ ପରିବା ବୋଲି କୁହାଯାଏ ।

ଚର୍ମକୁ ସୁସ୍ଥ କରେ: କାଙ୍କଡ଼ରେ ବିଟା କ୍ୟାରୋଟିନ୍, ଲ୍ୟୁଟିନ୍ ଏବଂ ଜିଆକାସନ୍ଥିନ୍ ଭଳି ବିଭିନ୍ନ ଫ୍ଲାଭୋନଏଡ୍ସ ଥାଏ ଯାହା ଚର୍ମ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ । ଏଥିରେ ଥିବା ଗୁଣ ଚର୍ମ ସ୍ବାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

ସଂକ୍ରମଣରୁ ରକ୍ଷା କରେ: ବର୍ଷା ଋତୁରେ ସଂକ୍ରମଣ ଜନିତ ସମସ୍ୟା ଦେଖିବାକୁ ମିଳିଥାଏ । କାଙ୍କଡ଼ ମଧ୍ୟ ବର୍ଷା ଋତୁରେ ଅଧିକାଂଶ ମିଳିଥାଏ । ତେଣୁ ଏଥିରେ ଥିବା ଗୁଣ ମୌସୁମୀ ଋତୁରେ ଆମ ଶରୀରକୁ ହେଉଥିବା ରୋଗ ଦାଉରୁ ରକ୍ଷା କରେ । କାଙ୍କଡ ଏପରି ଏକ ପରିବା ଯାହା ଥଣ୍ଡା, କାଶ ସମେତ ଆହୁରୀ ଅନେକ ରୋଗରୁ ଆମ ଶରୀରକୁ ରକ୍ଷା କରି ଆମକୁ ଆରାମ ଦେଇଥାଏ ।

ଯଦି ଏହି ସବୁ ସମସ୍ୟାର ସମ୍ମୁଖୀନ କରୁଛନ୍ତି ତେବେ କାଙ୍କଡ଼କୁ ଆପଣଙ୍କ ଖାଇବା ଲିଷ୍ଟରେ ସାମିଲ କରନ୍ତୁ । ଯାହା ଆପଣଙ୍କୁ ଅନେକ ରୋଗରୁ ମୁକ୍ତି ଦେବ ।