ପଞ୍ଜାବ, ୧୭/୧: ‘ଭାରତ ଯୋଡୋ ଯାତ୍ରା’ ଆଜି ପଞ୍ଜାବର ହୋସିଆରପୁର ପହଞ୍ଚିଛି। ଏହି ଅବସରରେ ସାମ୍ବାଦିକମାନେ କଂଗ୍ରେସରେ ବରୁଣ ଗାନ୍ଧିଙ୍କ ଯୋଗଦାନ ନେଇ ରାହୁଲଙ୍କୁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ରାହୁଲ କହିଲେ ମୋ ବିଚାରଧାରା ସହ ତାଙ୍କ ବିଚାରଧାରାର ମେଳ ଖାଉନାହିଁ । ମୁଁ ତାଙ୍କୁ କୋଳାଗ୍ରତ କରିପାରେ ଗଳାରେ ଲଗାଇପାରେ ହେଲେ ତାଙ୍କ ବିଚାର ଧାରା ସହ ମୋର ବିଚାର ଧାରର ମେଳ ନାହିଁ।
ଆହୁରି ମଧ୍ୟ ରାହୁଲ କହିଛନ୍ତି ଯେ, ବରୁଣ ବିଜେପି ନେତା, ସେ ଆମର ଭାରତ ଯୋଡୋ ଯାତ୍ରାରେ ଚାଲି ପାରିବେନି। ତାଙ୍କ ଲାଗି ଅସୁବିଧା ହୋଇପାରେ। ତାଙ୍କର ଓ ମୋ ବିଚାର ଧାରାରେ ଅନେକ ପ୍ରଭେଦ ରହିଛି। ମୋ ବିଚାରଧାରାରେ ମୁଁ ଆରଏସଏସ୍ କାର୍ଯ୍ୟାଳୟକୁ ଯାଇ ପାରିବିନି ହେଲେ ସେ ନିର୍ଦ୍ଦ୍ୱନ୍ଦ୍ୱରେ ଯାଇ ପାରୁଛନ୍ତି ବୋଲି ରାହୁଲ କହିଛନ୍ତି। ରାହୁଲ କହିଛନ୍ତି ଯେ ମୋ ପରିବାରର ଏକ ବିଚାରଧାରା ରହିଛି। ଏକ ସମୟରେ ବରୁଣ ସେହି ବିଚାରଧାରାକୁ ଆପଣେଇଥିଲେ, ବୋଧ ହୁଏ ଆଜି ବି ସେ ସେହି ବିଚାରଧାରାରେ ଥାଇ ପାରନ୍ତି। ଯାହାକୁ ମୁଁ ସ୍ୱୀକାର କରି ନପାରେ ବୋଲି ରାହୁଲ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ବିଜେପି ସାଂସଦ ବଋଣ ଗାନ୍ଧି ଆଜିକାଲି ତାଙ୍କ ପାର୍ଟିର ନୀତିକୁ ଖୋଲାଖୋଲି ସମାଲୋଚନା କରୁଛନ୍ତି। ଏଣୁ ସେ ମଝିରେ ମଝିରେ ଦେଉଥିବା ବୟାନକୁ ନେଇ ତାଙ୍କର ଦଳବଦଳ ଆଶଙ୍କା କରାଯାଉଛି। ଅନୁମାନ କରାଯାଉଛି ବିଜେପିରେ ତାଙ୍କର ମୋହଭଙ୍ଗ ହୋଇଛି ଓ ସେ କଂଗ୍ରସକୁ ଯିବା ଲାଗି ତାଙ୍କର ମାର୍ଗ ପ୍ରଶସ୍ତ କରୁଛନ୍ତି। ଗତ ୨ ବର୍ଷରୁ ଅଧିକ କାଳ ହେଲା ବଋଣ ଗାନ୍ଧି ବିଭିନ୍ନ ପତ୍ର ପତ୍ରିକାରେ ଯେଉଁ ସବୁ ଲେଖା ପ୍ରକାଶ କରୁଛନ୍ତି ଓ ସୋସିଆଲ ମିଡିଆରେ ଯେଉଁପରି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରୁଛନ୍ତି ଏଥିରୁ ସେ କଂଗ୍ରେସରେ ଯୋଗଦେବାକୁ ଆଗ୍ରହୀ ଥିବାର ଆକଳନ କରାଯାଉଛି।