ଖରସ୍ରୋତା ସୁରକ୍ଷା ପାଇଁ ମେଡିକାଲ ବେଡ଼ରେ ଅନଶନ ଜାରିରଖିଲେ ଶ୍ରୀକାନ୍ତ

କେନ୍ଦ୍ରାପଡା,୧୭/୮ : କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଖରସ୍ରୋତା ବଞ୍ଚାଓ ସଂଗ୍ରାମ ସମିତିର ଆନ୍ଦୋଳନକାରିମାନଙ୍କ ସହିତ ଆଲୋଚନା ନକରି ଅନ୍ଧ ବୁଝାମଣା ଭିତରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ସହଯୋଗ କରିଆସୁଛି l ଅଭିଯୋଗକାରିମାନଙ୍କୁ ପ୍ରକଳ୍ପର ସବିଶେଷ ତଥ୍ୟ ଲୁଚାଇ ରଖିଛି l ଏପରିକି ଆନ୍ଦୋଳନକାରିମାନଙ୍କ ସହିତ ଆଲୋଚନା କରିବା ପରିବର୍ତ୍ତେ ୧୪୪ ଧାରା ଜାରି କରି ଗିରଫ ଦାରି ଭୟ ଦେଖାଇ କାର୍ଯ୍ୟ କରିବାକୁ ମସୁଧା ଚଳାଇଛି l ରାଜକନିକା ଓ ଆଳି ବ୍ଲକର ପାଖପାଖି ୩୦୦ ଗାଁର ଲୋକେ ପ୍ରକଳ୍ପର ଭବିଷ୍ୟତ ନେଇ ଚିନ୍ତା ପ୍ରକଟ କରୁଛନ୍ତି l ପାନୀୟ ଜଳ ପ୍ରକଳ୍ପ ଜନତାଙ୍କ ହିତାର୍ଥେ ସଂରଚନା ହେଉଥିବା ବେଳେ ସ୍ଥାନୀୟ ଜନତାଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ପ୍ରଶାସନର ଆଗ୍ରଗତିକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ?

ପ୍ରଶାସନିକ କଳର ଅପଚେଷ୍ଟାକୁ ଏଡେଇ ଯାଇ , ଗିରଫ ଦାରିକୁ ଡରି ନଯାଇ ଆନ୍ଦୋଳନକାରିମାନେ ପ୍ରକଳ୍ପ ସ୍ଥଳୀରେ ବିରୋଦ୍ଧ କରୁଥିବା ବେଳେ ସଂଗ୍ରାମ ସମିତିର ଅନ୍ୟତମ ପ୍ରମୁଖ ସଦସ୍ୟ ତଥା ପରିବେଶ ବିତ ଶ୍ରୀକାନ୍ତ ନାୟକ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଗାନ୍ଧୀ ମୂର୍ତ୍ତି ତଳେ ଆମରଣ ଅନଶନରେ ବସିଥିଲେ l କିନ୍ତୁ ସ୍ୱାଧୀନତା ଦିବସ ଦିନ ପୋଲିସ ପ୍ରଶାସନ ଅନଶନ କାରୀଙ୍କ ଅନିଚ୍ଛା ସତ୍ୱେ ଶ୍ରୀ ନାୟକଙ୍କୁ ସହଯୋଗୀ ମାନଙ୍କ ସହିତ ଅନଶନ ସ୍ଥଳୀରୁ ଉଠାଇ ନେଇ କେନ୍ଦ୍ରାପଡା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି l ଦୁଃଖର କଥା ଖୋଦ ସ୍ୱାଧୀନତା ଦିବସରେ ବି ଜାତିର ପିତାଙ୍କୁ ପୋଲିସ ଅସମ୍ମାନିତ କଲା ଭଳି ଜୋତା ପିନ୍ଧି ମୂର୍ତ୍ତି ଚଟାଣ ରେ ପାଦ ପକାଇ ବାକୁ ପଛାଇନଥିଲେ l ଶ୍ରୀନାୟକ ମେଡ଼ିସିନ ୱାର୍ଡ ର ୧୦୭ ନମ୍ବର ବେଡ଼ରେ ରହି ଚିକିତ୍ସାଧୀନ ଥିବା ବେଳେ ଦୁଇ ପୋଲିସ କର୍ମଚାରୀ ତତ୍ୱାବଧାନରେ ଅଛନ୍ତି l ତାଙ୍କୁ ମେଡିକାଲ କର୍ମଚାରୀ ମାନେ ସାଧାରଣ ଚିକିତ୍ସା ପରେ ରୋଗୀ ଭାବେ ଖାଦ୍ୟ ପ୍ରଦାନ କରୁଥିଲେ ବି ଗ୍ରହଣ କରୁନଥିଲେ l କିନ୍ତୁ ସୋମବାର ଦିନ ଅନଶନ ସପ୍ତମ ଦିନରେ ଜାରି ରଖିଥିବା ବେଳେ ଆହାର ଗ୍ରହଣ କରିବାକୁ ମନା କରି ଦେଇଥିଲେ l

ସରକାରଙ୍କର ଭିତରକନିକା ଓ ଖରସ୍ରୋତା ନଦୀ ପ୍ରତି ସଭିମୁଖ୍ୟ ନ ବଦଳିବା ପର୍ଯ୍ୟନ୍ତ ଅନ୍ନ ଓ ଜଳ ସ୍ପର୍ଶ କରିବେ ନାହିଁ ବୋଲି ଉତ୍ତର ରଖିଥିଲେ l ସେପଟେ ରବିବାର ଦିନ ଏଭଳି ସ୍ପର୍ଶ କାତର ଘଟଣା ର ଅନୁସନ୍ଧାନ ସାରି ରାଜ୍ୟ ର ଚାରି ବାମପନ୍ଥୀ ଦଳର ନେତୃ ସ୍ଥାନୀୟ ଲୋକେ ଜିଲ୍ଲା ପାଳଙ୍କ ସହିତ ସନ୍ଧ୍ୟା ୫.୩୦ ରେ ଆଲୋଚନା ପାଇଁ ସମୟ ରଖିଥିଲେ l ମାତ୍ର ଜିଲ୍ଲା ପାଳ ମହୋଦୟ ସମୟ କାର୍ଯ୍ୟ ବ୍ୟସ୍ତତା ଦେଖାଇ ଅନୁପସ୍ଥିତ ରହିଥିଲେ l ମୁଖ୍ୟତଃ ଜିଲ୍ଲାପାଳ ଆଲୋଚନା ନକରି ପୋଲିସ ର ଦବଙ୍ଗ ଗିରି ଜରିଆରେ ସରକାର ଙ୍କ ହାତବାରିସ ସାଜି ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଚେଷ୍ଟା ଚଳାଇଛନ୍ତି l ଗଣତନ୍ତ୍ର ରାଷ୍ଟରେ ଜନତାଙ୍କ ଅଭିଯୋଗ କୁ ଅଗ୍ରାହ୍ୟ କରିବା ପ୍ରଶାସନ ପାଇଁ ମହଙ୍ଗା ପଡୁଛି ନା ଆଦୃତ ହେଉଛି ଆଗାମୀ ଦିନରେ ଜଣାପଡିବ l