ଭୁବନେଶ୍ବରର ୫ଟି ସ୍ଥାନରେ କୋଲକାତା ଇଡିର ଚଢ଼ାଉ

ଭୁବନେଶ୍ବର,୨୬/୦୨ : ଭୁବନେଶ୍ବରର ୫ଟି ସ୍ଥାନରେ କୋଲକାତା ଇଡିର ଚଢ଼ାଉ । ସକାଳୁ ସକାଳୁ ରେଡ୍ ଜାରି ରହିଛି । ହାଇଟେକ୍ ମେଡିକାଲ କଲେଜ ସମେତ ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ତେବେ ବ୍ୟାପକ ଅର୍ଥ ହେରଫେର ଓ ଜମି ଜାଲିଆତି ନେଇ ରେଡ୍ ଚାଲିଥିବା ନେଇ ସୂଚନା ରହିଛି । ଭାରତୀୟ ବିଜ୍ଞାନ ବିକାଶ ଚାରିଟେବୁଲ ଟ୍ରଷ୍ଟର ସହିଦନଗର ଅଫିସ୍‌ରେ ବି ରେଡ୍ ଜାରି ରହିଛି । ଭୁବନେଶ୍ବର ସହିଦନଗର କାର୍ଯ୍ୟାଳୟ ଉପରେ କୋଲକାତା ଇଡି ପକ୍ଷରୁ ରେଡ୍ କରାଯାଇଛି । ବ୍ରହ୍ମପୁରରେ ସାହାରା ଇଣ୍ଡିଆ ଜମି ଜାଲିଆତି କରି କିଣିଥବା ନେଇ ଅଭିଯୋଗ ପରେ ଇଡି ପକ୍ଷରୁ ରେଡ୍ କରାଯାଉଛି। ତେବେ ଏ ସମ୍ପର୍କରେ କୌଣସି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିପାରି ନାହିଁ ।