ଦୁବାଇ, ୦୭।୧୦: ରାହୁଲ ତ୍ରିପାଠୀଙ୍କ ଦାୟିତ୍ଵପୂର୍ଣ୍ଣ ଅର୍ଦ୍ଧଶତକ ବଳରେ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲର ୨୧ତମ ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ୧୬୭ ରନ କରିବାକୁ ସକ୍ଷମ ହୋଇଛି। ଦଳ ରାହୁଲ ତ୍ରିପାଠୀଙ୍କ ୫୧ ବଲରୁ ୮୧ ରନର ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ କୋଲକାତା ୧୬୭ ରନରେ ଅଲଆଉଟ୍ ହୋଇଛି। ବାକି ସମସ୍ତ ବ୍ୟାଟସମ୍ୟାନ ବିଫଳ ହୋଇଛନ୍ତି। ଏହି ମ୍ୟାଚ୍ ଜିତିବାକୁ ଚେନ୍ନାଇ ସମ୍ମୁଖରେ ୧୬୮ ରନର ବିଜୟ ଲକ୍ଷ୍ୟ ରହିଛି।