୧ କୋଟି ଶିବ ଲିଙ୍ଗରେ ସ୍ଥାପିତ ହୋଇଛି ଏହି ମନ୍ଦିର , ଜାଣନ୍ତୁ ରହସ୍ୟ…

ନୂଆଦିଲ୍ଳୀ,୨୩/୧୨ : ଦେଶ ବିଦେଶରେ ଏମିତି ଅନେକ ମନ୍ଦିର ରହିଛି । ସମସ୍ତଙ୍କର ମଧ୍ୟ ନିଜର ଆରାଧ୍ୟ ଦେବତା ରହିଥାନ୍ତି। ଶୁଣିବାକୁ ମିଳିଥାଏ କି ପ୍ରାୟ ଭକ୍ତଙ୍କ ପ୍ରିୟ ଦେବତା ଶିବ ଠାକୁର ରହିଥାନ୍ତି । ଯାହା କେବଳ ଭଗବାନ ଶିବଙ୍କୁ ସମର୍ପିତ କରିଥାନ୍ତି । ଆପଣ ମଧ୍ୟ ଭଗବାନ ଶିବଙ୍କ ଅନେକ ସୁନ୍ଦର ମନ୍ଦିର ଦେଖିଥିବେ। ଏଠାରେ ଏମିତି ଏକ ମନ୍ଦିର ସମ୍ପର୍କରେ କୁହାଯାଇଛି । ଯେଉଁଠି ଅନେକ ଶିବଲିଙ୍ଗ ନିର୍ମାଣ କରାଯାଇଛି। କର୍ଣ୍ଣାଟକରେ ଥିବା ଏହି ଶିବ ମନ୍ଦିରରେ ଗୋଟିଏ କିମ୍ବା ଦୁଇଟି ନୁହେଁ ୧ କୋଟି ଶିବଲିଙ୍ଗ ସ୍ଥାପନା କରାଯାଇଛି। ଏହି ମନ୍ଦିରର ୪ କୋଣରେ ଆପଣଙ୍କୁ ମହାଦେବଙ୍କ ଅବସ୍ଥିତିକୁ ଅନୁଭବ କରିବେ ।

କୋଟିଲେଶ୍ବର ମନ୍ଦିରରେ ପାଖାପାଖି ୧ କୋଟି ଶିବଲିଙ୍ଗ ସ୍ଥାପନା କରାଯାଇଛି। ଏହି ମନ୍ଦିରର ସ୍ଥାପନା ଏକ ଅଭିଶାପ କାରଣରୁ ହୋଇଥିଲା ବୋଲି କୁହାଯାଉଛି। କିମ୍ବଦନ୍ତୀ ଅନୁସାରେ ଭଗବାନ ଇନ୍ଦ୍ରଙ୍କୁ ଗୌତମ ନାମକ ଜଣେ ଜ୍ଞାନୀ ଋଷି ଅଭିଶାପ ଦେଇଥିଲେ। ଇନ୍ଦ୍ର ଦେବ ଏହି ଅଭିଶାପରୁ ମୁକ୍ତି ପାଇବା ଲାଗି କୋଟିଲେଶ୍ବର ମନ୍ଦିରରେ ଶିବଲିଙ୍ଗ ସ୍ଥାପନ କରିଥିଲେ। ଏହି ମନ୍ଦିରରେ ସ୍ଥିତ ଶିବଲିଙ୍ଗର ଉଚ୍ଚତା ୧୦୮ ଫୁଟ୍‌ ରହିଥିବା ବେଳେ ଏହାକୁ ସବୁଠୁ ଉଚ୍ଚ ଶିବଲିଙ୍ଗ ବୋଲି କୁହାଯାଏ। ମନ୍ଦିରର ଚତୁଃପାର୍ଶ୍ବରେ ପାଖାପାଖି ୧ କୋଟି ଶିବଲିଙ୍ଗ ସ୍ଥାପିତ କରାଯାଇଛି। ଏଥିସହିତ ଦେବୀ ମା’, ଶ୍ରୀ ଗଣେଶ ଏବଂ ଶ୍ରୀ କୁମାରସ୍ବାମୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ରହିଛି। ଛୋଟ ଛୋଟ ଶିବଲିଙ୍ଗ ମଝିରେ ନନ୍ଦୀ ଭଗବାନଙ୍କ ମୂର୍ତ୍ତି ରହିଛି। ଏଠାରେ ସ୍ଥାପନା ହୋଇଥିବା ନନ୍ଦୀ ଭଗବାନଙ୍କ ଏହି ମୂର୍ତ୍ତି ୩୫ ଫୁଟ୍‌ ଉଚ୍ଚ, ୬୦ ଫୁଟ୍‌ ଲମ୍ବ, ୪୦ ଫୁଟ୍‌ ଚଉଡ଼ାରେ ତିଆରି କରାଯାଇଛି।

ଏହି ମନ୍ଦିରରେ ଦିନକୁ ଦିନ ଶିବଲିଙ୍ଗ ସଂଖ୍ୟା ବଢ଼ିବାରେ ଲାଗିଛି। ଲୋକେ ନିଜ ମାନସିକ ପୂରଣ ହେଲା ପରେ ଏଠାରେ ଶିବଲିଙ୍ଗ ସ୍ଥାପନା କରିବାରେ ଲାଗିଛନ୍ତି। ଏହାର କାରଣ ହେଉଛି ଯେ ଏଠାକୁ ଆସୁଥିବା ଭକ୍ତମାନେ ସେମାନଙ୍କର କୌଣସି ମନସ୍କକାମନା ପୂର୍ଣ୍ଣ କରିବା ପାଇଁ ମାଗିଥାନ୍ତି ଏବଂ ଯେତେବେଳେ ସେମାନଙ୍କର ଇଚ୍ଛା ପୂରଣ ହୁଏ, ସେତେବେଳେ ସେମାନେ ନିଜ ନାମରେ ୧ ଫୁଟରୁ ୩ ଫୁଟ ପର୍ଯ୍ୟନ୍ତ ଏହି ମନ୍ଦିରରେ ଶିବଲିଙ୍ଗ ପ୍ରତିଷ୍ଠା କରନ୍ତି।

କୋଟିଲିଙ୍ଗଶ୍ୱର ଧାମ ମନ୍ଦିର ପରିସରେ ଥିବା ଦୁଇଟି ବୃକ୍ଷରେ ହଳଦିଆ ସୂତା ବାନ୍ଧିବା ଦ୍ୱାରା ପ୍ରତ୍ୟେକ ଇଚ୍ଛା ପୂରଣ ହୁଏ ବୋଲି ଏଠାକୁ ଆସିଥିବା ଭକ୍ତ ମାନେ କୁହନ୍ତି । ବିଶେଷ କରି ବିବାହ କ୍ଷେତ୍ରରେ ଆସୁଥିବା ବାଧା ବିଘ୍ନ ଦୂର ହୋଇଯାଏ। ମହାଶିବରାତ୍ରୀ ଅବସରରେ ଲକ୍ଷ ଲକ୍ଷ ଭକ୍ତ କେବଳ ଦେଶରୁ ନୁହେଁ ସମଗ୍ର ବିଶ୍ୱରୁ ଏହି ମନ୍ଦିରକୁ ଆସି ଭଗବାନ ଶିବଙ୍କୁ ପ୍ରାର୍ଥନା କରନ୍ତି।