ଟିଭି ସିରିଏଲ୍ ‘କୁମ୍‌କୁମ୍ ଭାଗ୍ୟ’ର “ଇନ୍ଦୁ ଦାଦୀ”ଙ୍କ ପରଲୋକ

ମୁମ୍ବାଇ,୧୯ /୧୦: ଲୋକପ୍ରିୟ ଟିଭି ସିରିଏଲ୍ ‘କୁମ୍‌କୁମ୍ ଭାଗ୍ୟ’ର ବରିଷ୍ଠ ଅଭିନେତ୍ରୀ ‘ଇନ୍ଦୁ ଦାଦୀ’ ଓରଫ୍ ଜରିନା ରୋଶନ ଖାନଙ୍କର ୫୪ ବର୍ଷ ବୟସରେ ପରଲୋକ ହୋଇଛି। ହଠାତ୍ ହ୍‌ତ୍‌ଘାତ ଯୋଗୁଁ ତାଙ୍କର ଅଚାନକ ମୃତ୍ୟୁ ହୋଇଥିବା ଜଣାପଡ଼ୁଛି । ଜରିନାଙ୍କ ମୃତ୍ୟୁ ‘କୁମ୍‌କୁମ୍ ଭାଗ୍ୟ’ ଧାରାବାହିକପାଇଁ ଏକ ବଡ଼ କ୍ଷତି। ଏହି ଧାରାବାହିକରେ ସେ ଜେଜେମା’ ଭୂମିକାରେ ଅଭିନୟ କରି ଲୋକମାନଙ୍କ ମନକୁ ଖୁବ୍ ଭଲ ଭାବରେ ଛୁଇଁ ପାରିଥିଲେ । ଏହି ଖବର ଶୁଣିବା ପରେ ସମସ୍ତ କୋ-ଷ୍ଟାର୍ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଜରିନାଙ୍କ ସହିତ କାଟିଥିବା ସମସ୍ତ ସମୟକୁ ମନେପକାଇ ତାଙ୍କର ସହ କଳାକାରମାନେ ସୋଶାଲ ମିଡିଆରେ ଫଟୋ ଓ ଲେଖା ପୋଷ୍ଟ କରୁଥିବା ଦେଖିବାକୁ ମିଳିଛି। ତେବେ ଜରିନା ‘କୁମ୍‌କୁମ୍ ଭାଗ୍ୟ’ ବ୍ୟତିତ ଧାରାବାହିକ ‘ୟୈ ରିସ୍ତା କ୍ୟା କେହଲାତା’ରେ ମଧ୍ୟ କାମ କରିଛନ୍ତି। କୁମ୍‌କୁମ୍ ଭାଗ୍ୟରେ ‘ଇନ୍ଦୁ ଦାଦୀ’ ଭାବରେ ସେ ଘରେ ଘରେ ପରିଚିତ ଥିଲେ । ତାଙ୍କ ଏପରି ଅଚାନକ ମୃତ୍ୟୁ ଟିଭି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।