ବିପୁଳ ପରିମାଣର ଜାଲ୍ ନୋଟ୍ ଜବତ, ୩ ଗିରଫ

ଭୁବନେଶ୍ୱର, ୨୬/୧୦ : ସୁବର୍ଣ୍ଣପୁର ଜିଲ୍ଲା ବିନିକାରୁ ବିପୁଳ ପରିମାଣର ଜାଲ୍ ନୋଟ୍ ଜବତ ହୋଇଛି । ଏହାର ମୂଲ୍ୟ ୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ । ଜବତ ହୋଇଥିବା ଜାଲ୍ ନୋଟ୍ ସବୁ ୫୦୦ ଟଙ୍କିଆ ନୋଟ୍ ବୋଲି ଜଣାପଡିଛି । ମାମଲାରେ ୩ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ୩ଟି ମୋବାଇଲ୍ ଜବତ ହୋଇଛି । ଅଭିଯୁକ୍ତମାନେ ୨ ଲକ୍ଷର ଜାଲ୍ ନୋଟ୍ ମାର୍କେଟକୁ ଛାଡ଼ିଥିବା ଏସପି ସୂଚନା ସୂଚନା ଦେଇଛନ୍ତି । ତେବେ କେଉଁଠୁ ଏହି ଜାଲ୍ ନୋଟ୍ ଆସିଥିଲା, କେଉଁ କେଉଁ ସହରକୁ ଜାଲ୍ ନୋଟ୍ ଚେର ଲମ୍ବିଛି ଏବଂ କିଏ ଏହାର ମାଷ୍ଟରମାଇଣ୍ଡ ସେନେଇ ପୋଲିସ ତଦନ୍ତ କରୁଛି ।

SBI_Festive_Digital Billboard