ଭୁବନେଶ୍ୱର ୦୪/୦୮: ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର। ବିଭିନ୍ନ ଶୈବାଳୟରେ କାଉଡ଼ିଆଙ୍କ ଜଳଲାଗି । ଆଜିର ଦିନରେ ପୁରୀର ପ୍ରସିଦ୍ଧ ଲୋକନାଥଙ୍କ ମନ୍ଦିରରେ ଜଳଲାଗି ପାଇଁ ହଜାର ହଜାର କାଉଡ଼ିଆ ଭକ୍ତଙ୍କ ଭିଡ ଜମିଛି । ରାଜ୍ୟର କୋଣ ଅନୁକୋଣରୁ କାଉଡ଼ିଆ ଭକ୍ତ ମାନେ ଜଳଲାଗି ସହ ନିଜର ମନୋସ୍କାମନା ପୂରଣ ପାଇଁ ପ୍ରଭୁ ଲୋକନାଥଙ୍କ ପୀଠକୁ ଆସିଛନ୍ତି । ମଧ୍ୟରାତ୍ରରୁ ମନ୍ଦିରର ଦ୍ୱାର ଫିଟା ପରେ ମଙ୍ଗଳ ଆଳତି ସହ ଅନ୍ୟାନ୍ୟ ନୀତିକାନ୍ତି ବଢିବା ପରେ କାଉଡ଼ିଆ ଭକ୍ତମାନେ ଜଳ ଲାଗି ଆରମ୍ଭ କରିଛନ୍ତି।