ବିଶିଷ୍ଟ ଇଞ୍ଜିନିୟର ପୁର୍ଣ୍ଣଚନ୍ଦ୍ର ରଥଙ୍କ ପରଲୋକ

ଭୁବନେଶ୍ୱର,୧୭ /୧୦: କଟକ ଜିଲ୍ଲା ଆଠଗଡ଼ ସବ୍ ଡିଭିଜନ କଟିକିଆ ସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ‘ପାଟେଣି ଗାଁ’ ଗ୍ରାମର ପ୍ରଥମ ଇଞ୍ଜିନିୟର ତଥା ‘ବାସ କଳା’ ପୁସ୍ତକର ଲେଖକ ପୂର୍ଣ୍ଣଚନ୍ଦ୍ର ରଥ ଗତକାଲି ପୁରୁଣା ଭୁବନେଶ୍ବର ସ୍ଥିତ ନିଜ ବାସଭବନରେ ୮୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ତାଙ୍କର ଶେଷ ସମୟରେ ପୁତ୍ର – ପୁତ୍ରବଧୂ, ଝିଅ- ଜ୍ବାଇଁ, ନାତି, ନାତୁଣୀ,ପରିବାରବର୍ଗ ଓ ସମ୍ପର୍କୀୟ ଉପସ୍ଥିତ ଥିଲେ।

ସେ ଜଣେ ନିଷ୍ଠାବାଦୀ,କର୍ତ୍ତବ୍ୟ ପରାୟଣ,ସାଧୁବାଦୀ,ନୀତିବାନ,ଶୃଙ୍ଖଳାପ୍ରିୟ,ଧାର୍ମିକ,ପରୋପକାରୀ ବ୍ୟକ୍ତି ଥିଲେ। ଇଞ୍ଜିନିୟରିଂ ଜ୍ଞାନ କୌଶଳକୁ ସେ ବୋଧଗମ୍ୟ ଓଡ଼ିଆ ଭାଷାରେ ସ୍ଵ ରଚିତ ‘ବାସ କଳା’ ପୁସ୍ତକ ମାଧ୍ୟ୍ୟମରେ ସାଧାରଣ ଓଡ଼ିଆଙ୍କ ପାଖରେ ରଖିଛନ୍ତି । ସିଭିଲ ଇଞ୍ଜିନିୟରିଂ ଜ୍ଞାନ କୌଶଳ କିପରି ପ୍ରତ୍ୟେକ ଓଡ଼ିଆ ପାଖରେ ପହଂଚିପାରିବ ସେଥିପାଇଁ ତାଙ୍କର ପ୍ରଚେଷ୍ଟା ଓ ଅବଦାନ ଅତୁଳନୀୟ ।

ସ୍ବର୍ଗତ ରଥଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇଥିଲା ଓ ତାଙ୍କ ଜ୍ୟେଷ୍ଠ ପୁତ୍ର ପ୍ରଭାତ ମୁଖାଗ୍ନି ଦେଇଥିଲେ । ତାଙ୍କର ବିୟୋଗରେ ପୁରୁଣା ଭୁବନେଶ୍ୱର ଏବଂ ନିଜ ଗ୍ରାମ ତଥା ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।