ଉକୁଣୀ ଏକ ଏଭଳି ପୋକ ଯେଉଁଥିରେ ଆପଣ କିମ୍ବା ଆପଣଙ୍କ କେହି ପରିଜନ ନିଶ୍ଚୟ ପ୍ରଭାବିତ ହୋଇଥିବେ । ବିଶେଷ କରି ପିଲାଦିନେ ଏହି ପୋକ ପିଲାଙ୍କ ମୁଣ୍ଡରେ ଅଧିକ ହୋଇଥାନ୍ତି । ମନୁଷ୍ୟର ମୁଣ୍ଡ କେଶରେ ଲୁଚି ରହୁଥିବା ଉକୁଣୀ ରକ୍ତ ଶୋଷି ବଞ୍ଚି ରହିଥାଏ । ଆମେରିକା ସେଣ୍ଟର୍ସ ଫର୍ ଡିଜିଜ୍ ଏବଂ ପ୍ରିଭେନ୍ସନ ଅନୁଯାୟୀ, ବିଶ୍ୱରେ ପ୍ରତିବର୍ଷ ୬୦ ଲକ୍ଷରୁ ୧.୨୦ କୋଟି ଲୋକ ଏହାର ଶିକାର ହୋଇଥାନ୍ତି ।
ଅବଶ୍ୟ ଉକୁଣୀ କୌଣସି ବଡ଼ କ୍ଷତି ଘଟାଇନଥାନ୍ତି, କିନ୍ତୁ ମସ୍ତିଷ୍କର ନିକଟତର ରହୁଥିବା ଏହି ପୋକ ମଣିଷ ରକ୍ତ ଶୋଷିଥାଏ । ଏହା ମଣିଷଙ୍କ କେଶରେ ରହିଥାଏ ଏବଂ ରକ୍ତ ଶୋଷିଥାଏ । ଏମିତିରେ ପ୍ରଶ୍ନ ଉଠୁଛି ଯେ ଏହା କୋଉଠୁ ଆସିଥାନ୍ତି ମେଡିକାଲ ନ୍ୟୁଜ୍ ଟୁଡେର ଏକ ରିପୋର୍ଟ ଅନୁଯାୟୀ, ମୁଣ୍ଡରେ ରହୁଥିବା ଉକୁଣୀ ଦେଖିବାକୁ ବହୁତ ଛୋଟ ହୋଇଥାନ୍ତି । ଏହାର ଆକାର ୨-୩ ମିଲିମିଟର ହୋଇଥାଏ । ବୟସ୍କ ଉକୁଣୀ ପ୍ରାୟ ୩୦ ଦିନ ପର୍ଯ୍ୟନ୍ତ ବଞ୍ଚିଥାଏ । ଏଥରେ ମାଇ ଉକୁଣୀ ପ୍ରତିଦିନ ପ୍ରାୟ ୬ ଅଣ୍ଡା ଦେଇଥାଏ, ଯାହାକୁ ନିଟ୍ସ କୁହାଯାଏ ଏବଂ ଏହା ଧଳା କିମ୍ବା ସ୍ପଷ୍ଟ ଦେଖାଯାଇଥାଏ । ଏଡି ଅଣ୍ଡା ଦୁଇ ସପ୍ତାହରେ ପରିପକ୍ୱ ହୋଇଯାଏ । ଏହି ପ୍ରକ୍ରିୟା ଚାଲୁ ରହିଥାଏ । ଯେପର୍ଯ୍ୟନ୍ତ ଏହାର କୌଣସି ପ୍ରତିକାର କରିନାହାଁନ୍ତି ।
ହେଲ୍ପଲାଇନର ଏକ ରିପୋର୍ଟ ଅନୁଯାୟୀ, ଉକୁଣୀର ପ୍ରଜାତି ପ୍ରାୟ ୧ ଲକ୍ଷ ବର୍ଷ ପୁରୁଣା । ଅନେକ ସମୟରେ କୁହାଯାଏ ଯେ ଅପରିଷ୍କାର ରହିବା ଦ୍ୱାରା ଉକୁଣୀ ହୋଇଥାଏ । କିନ୍ତୁ ପ୍ରକୃତରେ ଏପରି ହୋଇନଥାଏ । ଉକୁଣୀଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଭଲ ବ୍ୟକ୍ତିଙ୍କଠାରେ ମଧ୍ୟ ଉକୁଣୀ ହୋଇପାରେ । ଥରେ ଉକୁଣୀ ହୋଇଗଲେ ବିନା ପ୍ରତିକାରରେ ତାହା ଶେଷ ହୋଇନଥାଏ । ବୟସ୍କ ଉକୁଣୀ ମରିଯାଆନ୍ତି କିନ୍ତୁ ମାଇ ଉକୁଣୀ ଅଣ୍ଡା ଦେଇଥାନ୍ତି । ଯାହା ପୁଣି ଉକୁଣୀ ହୋଇଯାଆନ୍ତି । ଏଥିରେ ମୁକ୍ତି ପାଇବା ପାଇଁ ଏକମାତ୍ର ଉପାୟ ଜୀବିତ ପୋକ ଏବଂ ଏମାନଙ୍କର ଅଣ୍ଡାକୁ ନଷ୍ଟ କରିବା । ବଜାରରେ ଅନେକ ପ୍ରକାର ସାମ୍ପୁ ମଧ୍ୟ ମିଳୁଛି ଯାହାଦ୍ୱାରା ଏହାକୁ ରୋକାଯାଇପାରିବ । ଯଦି ଏହା ପରେ ମଧ୍ୟ ଭଲ ନହେଲେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।
