ଦଶାହ କାର୍ଯ୍ୟ ଚାଲିଥିବାବେଳେ ବଜ୍ରପାତ : ୨ ମୃତ

ଜଗତସଂହପୁର, ୧୮/୧୦: ଜଗତସିଂହପୁର- ବିରିଡି ଥାନା ପୁରଣ ବାରେଡ଼ିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଦଶାହ କାର୍ଯ୍ୟ ଚାଲିଥିବା ବେଳେ ଆଜି ଅପରାହ୍‌ଣରେ ବଜ୍ରପାତ ହୋଇଛି। ଫଳରେ ୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ମୃତକ ବାରେଡ଼ିଆ ଗାଁର ବିଷ୍ଣୁ ଚରଣ ବହାଲିଆ ଓ ପ୍ରମୋଦ ବହାଳିଆ ବୋଲି ଜଣାପଡିଛି।

ସୂଚନା ଅନୁସାରେ ବିରିଡି ବ୍ଳକ ଅନ୍ତର୍ଗତ ବାଇଶିମୌଜା ବାରେଡିଆ ପଂଚାୟତର ଦେବୀ ନଦୀ ପଠାରେ ଆଜି ଦିନ ୧ଟା ୪୫ରେ ସ୍ୱର୍ଗତ ଉଷାରାଣୀ ବାହାଲିଆଙ୍କ ଦଶତୁଠ କାର୍ଯ୍ୟ ଚାଲିଥିଲା। ଏହି ସମୟରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଆରମ୍ଭ ହୋଇଯାଇଥିଲା। ବର୍ଷା ହେବାର ଅଳ୍ପ ସମୟ ମଧ୍ୟରେ ସେଠାରେ ବଜ୍ରପାତ ହୋଇଥିଲା। ଏଥିରେ ବିଷ୍ଣୁ ଓ ପମୋଦଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ସୂଚନା ମିଳିଛି।