ଭୁବନେଶ୍ୱର,୧୧/୭ : ଚଳିତ କୋଭିଡ ମହାମାରୀରେ ଆକ୍ରାନ୍ତ ମାନଙ୍କର ଅମ୍ଳଜାନର ଆଵଶ୍ୟକତା ଓ ପରିବେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀ ଲିଙ୍ଗରାଜ ସେନା, ଏକାମ୍ର ବରିଷ୍ଠ ନାଗରିକ ସଂଘ ଓ ଶକ୍ତିସୁଧା ସ୍ୱୟଂ ସହାୟକ ଫେଡରେସନ ଆନୁକୂଲ୍ୟରେ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।
ଏଥିରେ ଶ୍ରୀ ଲିଙ୍ଗରାଜ ସେନାର ସଭାପତି ଶ୍ରୀ ରାଜେନ୍ଦ୍ର ସମର୍ଥାଙ୍କ ସହ, ଦୀପକ ମହାପାତ୍ର, ଗୋପନ ମହାସୁଆର, କମଳାକାନ୍ତ ବଟୁ, ଅଞ୍ଚଳ ବଟୁ, ବିରଞ୍ଚି ପତି, ଧିରେନ ପଟନାୟକ, ହେମନ୍ତ ମହାପାତ୍ର, ନିହାର ସେଠୀ, ଚକ୍ରେଶ୍ୱର ପଟନାୟକ, ସକ୍ଳେଶ୍ୱର ମହାପାତ୍ର, ମଣ୍ଟୁ ନନ୍ଦ, କୃଷ୍ଣ ସେନାପତି, ତପନ ସାମନ୍ତରାୟ, ଶିବ ରାୟ, ଗୌରମୋହନ ଦାସ, କେଦାରେଶ୍ୱର ବେହେରା, ପ୍ରତିଭା ନାୟକ, ପ୍ରଭାତୀ ନାୟକ, ଅନ୍ନପୂର୍ଣ୍ଣା ବାରିକ, ଅନ୍ନପୂର୍ଣ୍ଣା ମିଶ୍ର, ମିନି କୁମାରୀ ମିଶ୍ର ଆଦି ଉପସ୍ଥିତ ରହିଥିଲେ।