ଗୁଜୁରାଟ : ଜନବସତି ଅଂଚଳକୁ ଆସି ସିଂହଙ୍କ ଗଧ ଶିକାର କରିଥିବା ଦୃଶ୍ୟ ଏବେ ଖୁବ ଭାଇରାଲ ହେଉଛି। ଗୁଜୁରାଟର ଆମ୍ରେଲି ଜଙ୍ଗଲ ନିକଟବର୍ତ୍ତୀ ମୋରଜ ଗାଁର ବସ ଷ୍ଟାଣ୍ଡ ନିକଟରେ ୩ରୁ ଅଧିକ ସିଂହ ଏକ ଗଧର ଶିକାର କରୁଛନ୍ତି। ସେହି ବାଟ ନିକଟରେ ଯାଉଥିବା ବ୍ୟକ୍ତି ଏହାକୁ ଅତି ସତର୍କତାର ସହ ରେକର୍ଡ଼ କରିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ମତାନୁଯାୟୀ, ଏହି ଗାଁ ନିକଟ ଜଙ୍ଗଲରେ ଅନେକ ସିଂହ ବୁଲାବୁଲି କରନ୍ତି। ବନ ବିଭାଗ ଆସି ସେମାନଙ୍କୁ ଘଉଡ଼ାଇ ଦିଅନ୍ତି। ଗ୍ରାମବାସୀ ଘଟଣା ବିଷୟରେ ଜାଣି ବନ ବିଭାଗକୁ ଜଣାଇଥିଲେ। ବନ ବିଭାଗ ସିଂହମାନଙ୍କୁ ଘଉଡ଼ାଇଥିଲେ। ମାତ୍ର ସ୍ଥାନୀୟବାସୀ ଏହି ଘଟଣା ପରେ ଭୟଭୀତ ହୋଇଛନ୍ତି। ବନବାସୀଙ୍କ ମତରେ ସିଂହମାନେ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶି ଆସୁଛନ୍ତି।