ନିର୍ଦ୍ଦୋଷ ପରେ ଆଡଭାନୀଙ୍କ ପାଖକୁ ଛୁଟିଲା ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ, ୩୦/୯: ବାବ୍ରି ମସଜିଦ ପାଇଁ ଦାୟୀ କରାଯାଇଥିବା ୩୨ଜଣ ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ତେବେ ଏ ମାମଲାରେ ସାମିଲ ଥିବା ବିଜେପିର ବୟୋଜ୍ୟେଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ନିର୍ଦ୍ଦୋଷ ଘୋଷଣା ହେବା ପରେ ପରେ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଆଡଭାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଶୁଭେଚ୍ଛା ଜଣାଇବା ପାଇଁ ଆଡଭାନୀଙ୍କ ଘରେ ପହଞ୍ଚିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମସ୍ତ ୩୨ଜଣ ଦୋଷୀଙ୍କୁ ନିର୍ଦ୍ଦୋଷ ଭାବେ ଖଲାସ କରାଯାଇଥିବା ନେଇ ଖୁସି ବ୍ୟକ୍ତ କରିଛନ୍ତି। ଏହା ସହ ବିଳମ୍ବରେ ହେଲେ ବି ନ୍ୟାୟର ଜିତ ହୋଇଥିବା କହିଛନ୍ତି ରାଜନାଥ। ଅବଶ୍ୟ ସେ ଟ୍ବିଟ୍ ମାଧ୍ୟମରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।