ବିହାରରେ ବଢ଼ିଲା ଲକଡାଉନ୍

ବିହାର: ବିହାରରେ ବଢ଼ିଲା ଲକଡାଉନ୍ ସମୟ ସୀମା । ଆହୁରି ୧୦ ଦିନକୁ ବୃଦ୍ଧି କଲେ ବିହାର ସରକାର। ମେ ୧୫ ତାରିଖରେ ସରିବାକୁ ଥିବା ଲକ୍‌ଡାଉନ୍‌ ସମୟକୁ ମେ ୨୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ତେବେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ଏପରି ନିଷ୍ପତ୍ତି ନେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।

ଏଥର ଲକ୍‌ଡାଉନ୍ ନିୟମରେ କିଛି ପରିବର୍ତ୍ତନ କରାଯାଇଛି। ବିବାହ ଉତ୍ସବରେ ୨୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଥିବା ବେଳେ ସହର ଓ ଗ୍ରାମୀଣ ଅଞ୍ଚଳଗୁଡ଼ିକରେ ଦୋକାନ ଖୋଲିବା ସମୟ ବଦଳାଯାଇଛି। ସହରାଞ୍ଚଳରେ ସକାଳ ୮ରୁ ୧୦ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ ଗ୍ରାମାଞ୍ଚଳରେ ଦୋକାନ ଦିନ ୧୨ ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି। ବାକି ସମସ୍ତ କଟକଣା ପୂର୍ବପରି ଲାଗୁ ରହିବ ବୋଲି ବିହାର ସରକାର କହିଛନ୍ତି।