ଜୟପୁର: ଦିଲ୍ଲୀ , ୟୁପି , ମହାରାଷ୍ଟ୍ର ପରେ ଏବେ ରାଜସ୍ଥାନରେ ମଧ୍ୟ ଲକ୍ଡାଉନ୍କୁ କୋହଳ କରାଯାଇଛି । ତେବେ ରାଜ୍ୟ ସରକାରଙ୍କର ଗାଇଡ୍ଲାଇନ୍ ମୁତାବିକ୍ ଏବେ ଦୋକାନ ଓ ବଜାର ସକାଳ ୬ଟାରୁ ନେଇ ସନ୍ଧ୍ୟା ୪ଟା ଯାଏ ଖୋଲା ଯାଇ ପାରେ ।
ଏହାସହ ସରକାରୀ କାର୍ଯ୍ୟାଳୟ ସକାଳ ସାଢ଼େ ୯ଟାରୁ ନେଇ ସନ୍ଧ୍ୟା ୪ଟା ଯାଏ , ପଚାଶ ପ୍ରତିଶତ ଷ୍ଟାଫ୍ଙ୍କ ସହ ଖୋଲିବ ଏବଂ ଘରୋଇ କାର୍ଯ୍ୟାଳୟ ବି ପଚାପ ପ୍ରତିଶତ ଷ୍ଟାଫ୍ରେ ଖୋଲିବ । ସେପଟେ ରେଷ୍ଟୁରାଣ୍ଟ ସକାଳ ୬ଟାରୁ ସନ୍ଧ୍ୟା ୪ଟା ଯାଏ ଖୋଲିପାରେ ।
ହେଲେ ରେଷ୍ଟୁରାଣ୍ଟର ଭିତରେ ବସି ଖାଇବାର ଅନୁମତି ନାହିଁ । ଏହିପରି ବଜାର ଓ ମଲ୍ ଗୁଡ଼ିକ ବର୍ତ୍ତମାନ ପାଇଁ ବନ୍ଦ ରହିବ । ସ୍କୁଲ୍-କଲେଜ୍ ଖୋଲିବ । ହେଲେ ଛାତ୍ର ଛାତ୍ରୀ ଆସିବେ ନାହିଁ । ୩୦ ଜୁନ୍ ପର୍ଯ୍ୟନ୍ତ ବିବାହ ସମ୍ୱନ୍ଧିତ କାର୍ଯ୍ୟକ୍ରମରେ ପ୍ରତିବନ୍ଧକ ଜାରି ରହିବ ।