କେନ୍ଦ୍ରାପଡାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

କେନ୍ଦ୍ରାପଡା,୧୯/୯: (କେଶବ ଚରଣ ନାଥ) – ଜାତୀୟ ଆଇନ ସେବା ପ୍ରାଧିକରଣ ସୂଚନା ମତେ କେନ୍ଦ୍ରାପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ କେନ୍ଦ୍ରାପଡା ଜିଲ୍ଲା ଓ ଦୌରା ଜଜ କୋର୍ଟ ପରିସରରେ ରବି ବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି l ଦେୱାନୀ, ଫୌଜଦାରୀ, ପାରିବାରିକ,ମଟର ଯାନ ଦୁର୍ଘଟଣା, ବ୍ୟାଙ୍କ ଓ ପ୍ରାକ ମକଦମା ସ୍ତରୀୟ 1198ଟି ମାମଲା ଶୁଣାଳୀ ପାଇଁ ସ୍ଥିରୀକୃତ ହୋଇଥିଲା l କିନ୍ତୁ ସେଥି ମଧ୍ୟରୁ 228ଟି ମାମଲାର ଶୁଣାଳୀ ହୋଇ ଜୋରିମାନା ବାବଦ 74,84,664 ଆଦାୟ କରାଯାଇଛି l କେନ୍ଦ୍ରପଡ଼ା କୋର୍ଟ ପରିସରରେ ଆୟୋଜିତ ଲୋକଅଦାଲତ ରେ ଜିଲ୍ଲା ଦୌରା ଜଜ ଗୋପାଳ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲା ଦୌରାଜଜ ମୋହନ ରାୟ ଦୋରା, ପାରିବାରିକ ଅଦାଲତ ବିଚାରପତି ବିକାଶ ଚନ୍ଦ୍ର ଦେଓ, ସିଜେଏମ ବିଭସ୍ପଦ ଗୌତମ ଓ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସଂଗୀତ ପାଣି ଉପସ୍ଥିତ ଥିଲେ l ଏତଦ ବ୍ୟତୀତ ସମସ୍ତ କୋର୍ଟ ର ରେଜିଷ୍ଟାର ଓ ମାଜିଷ୍ଟ୍ରେଟ ମାନେ ଉପସ୍ଥିତ ରହି ମାମଲା ଗୁଡିକର ଶୁଣାଳୀ କରାଇଥିଲେ l ଅନୁରୂପ ଭାବେ ଜିଲ୍ଲାର ଆଳି, ପଟ୍ଟାମୁଣ୍ଡାଇ ଓ ରାଜନଗର କୋର୍ଟ ପରିସର ରେ ଲୋକ ଅଦାଲତ ଅନୁଷ୍ଠିତ ହୋଇ ବିଭିନ୍ନ ମାମଲା ଗୁଡିକର ଶୁଣାଳୀ ହୋଇଥିବାର ଜଣାପଡିଛି l