ଭୁବନେଶ୍ୱର, ୧୭/୦୭ : କଂଗ୍ରେସ ସମେତ ୮ ମିଳିତ ବିରୋଧୀ ଦଳଙ୍କ ବନ୍ଦ ଡାକରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ବାଲେଶ୍ବର ଏଫ ଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ବନ୍ଦ ଡାକରା ଦିଆଯାଇଛି । ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ, କୃଷି ଭବନ ଓ ହେଡସ ଅଫ ଡିପାର୍ଟମେଣ୍ଟ ବିଲଡିଂରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏଥିପାଇଁ କର୍ମଚାରୀମାନେ ଦିନ ୯ଟା ୩୦ ସୁଦ୍ଧା ଅଫିସ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଲୋକସେବା ଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସମସ୍ତ କର୍ମଚାରୀଙ୍କୁ ସକାଳେ ସାଢ଼େ ୯ଟା ସୁଦ୍ଧା ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିନ ୯ଟା ୩୦ରେ ଲୋକସେବା ଭବନର ମୁଖ୍ୟ ଗେଟ ବନ୍ଦ କରାଯିବ । ଲୋକସେବା ଭବନ ନାଲି ଓ ମୁଖ୍ୟ କୋଠା ମଧ୍ୟରେ ଦ୍ବାର ଖୋଲା ରହିବ । ସୁରକ୍ଷା ଦୃଷ୍ଟିରୁ ଭିଜିଟର୍ସ ଓ କର୍ମଚାରୀଙ୍କ ପାସ୍ କଡ଼ାକଡ଼ି ଯାଞ୍ଚ କରାଯିବ। ଏନେଇ ଗୃହ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସଚିବ ଆଇପିଏସ ଆର.କେ ଶର୍ମା ସବୁ ଅତିରିକ୍ତ ସଚିବ, ପ୍ରମୁଖ ସଚିବ ଓ କମିଶନର ତଥା ସଚିବଙ୍କୁ ଚିଠି ଲେଖିଛନ୍ତି । ଆଜି କଂଗ୍ରେସର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ । ରାଜ୍ୟର ବିଭିନ୍ନ ସ୍ଥାନରେ ରେଳରୋକ କରିଛନ୍ତି ଆନ୍ଦୋଳନକାରୀ । ରାଜରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ ସମେତ ୮ଟି ମିଳିତ ବିରୋଧୀ ଦଳ । ସ୍କୁଲ, କଲେଜ, ବ୍ୟାଙ୍କ, ଅଦାଲତ, ସରକାରୀ ବେସରକାରୀ ପ୍ରତିଷ୍ଠାନ, ଦୋକାନ ବଜାର ଓ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିବ । ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟବ୍ୟାପୀ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ ।