ବିଚ୍ ବଜାରରେ ପ୍ରେମିକାର ତଣ୍ଟି କାଟିଲା ପ୍ରେମିକ

ଭୁବନେଶ୍ବର, ୨୩/୧୧ : ବିଚ୍ ବଜାରରେ ପୂର୍ବତନ ପ୍ରେମିକାର ତଣ୍ଟି କାଟିଲା ପ୍ରେମିକ । ଦାର୍ଜିଲିଂରୁ ଆସି ଭୁବନେଶ୍ବରରେ ଆତଙ୍କ ଖେଳାଇଲେ ଯୁବକ । ଚନ୍ଦ୍ରଶେଖରପୁର ବୁଦ୍ଧ ପାର୍କ ସାମ୍ନାରେ ଆଜି ଦେଖିବାକୁ ମିଳିଛି ଏପରି ଘଟଣା । ଆହତ ଯୁବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଭିଯୁକ୍ତ ନାଟି ଗୁରୁମଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ । ଏହା ସହ ଉଭୟଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା ଚାଲିଛି । ପୀଡିତାଙ୍କ ଘର ମଧ୍ୟ ପଶ୍ଚିମବଙ୍ଗରେ । ଉଭୟ ବିବାହିତ ବୋଲି ଜଣାପଡିଛି । ପୁରୁଣା ପ୍ରେମକୁ ଭୁଲି ନପାରି ଅଭିଯୁକ୍ତି ଏଭଳି କାରନାମା ଘଟାଇଥିବା ସନ୍ଦେହ କରାଯାଉଛି ।