ଶୀତରେ ଥରୁଛି ସାରା ଓଡିଶା, ୨୨ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର, ୧୮/୧୧ : ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପ୍ରଭାବରେ କମିବ ଶୀତ, ବଢ଼ିବ ତାପମାତ୍ରା । ଏପଟେ ଉତ୍ତର ଦିଗରୁ ଶୁଷ୍କ ବାୟୁ ପ୍ରବାହ ଯୋଗୁ କମିଛି ରାତି ତାପମାତ୍ରା । ଆହୁରି ୨୪ ଘଣ୍ଟା ଥରାଇବ । ୨୫ ବର୍ଷର ରେକର୍ଡ ଭାଙ୍ଗିଲା ରାଜଧାନୀ ଶୀତ । ୬ସହରରେ ୧୦ ଡିଗ୍ରୀ ତଳେ ପାରଦ । ଆହୁରି ଦୁଇ ଦିନ ହାଡ଼ଭଙ୍ଗା ଶୀତ । ଜାଡ଼ର ପ୍ରକୋପରେ ଅସ୍ତବ୍ୟସ୍ତ ଜନଜୀବନ। ଗତ ୧୦ରୁ ୧୫ ଦିନ ମଧ୍ୟରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା କମିଛି । ଉତ୍ତର ଦିଗରୁ ଶୁଷ୍କ ବାୟୁ ପ୍ରବାହ ଯୋଗୁ ଶୀତର ପ୍ରକୋପ ବଢ଼ିଛି । ରାତି ତାପମାତ୍ରା ପାଖାପାଖି ୩ରୁ ୪ ଡିଗ୍ରୀ ଯାଏଁ କମିଛି । ଆହୁରି ୨୪ ଘଣ୍ଟା ଶୀତ ଲହରି ରହିବ । ଏହାପରେ ବଢ଼ିବ ରାତି ତାପମାତ୍ରା । ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ କନ୍ଧମାଳ ଜିଲ୍ଲାରେ ହାଡ଼ଭଙ୍ଗା ଶୀତ ସମ୍ଭାବନା । ଏପଟେ ରାଜଧାନୀ ଭୁବନେଶ୍ବରରେ ରେକର୍ଡ ଭାଙ୍ଗିଲା ଶୀତ। ଗତ ୨୫ ବର୍ଷ ତୁଳନାରେ ସବୁଠାରୁ ଥଣ୍ଡା ରାତି। ହାଡ ଭଙ୍ଗା ଶୀତ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨.୯ ଡିଗ୍ରୀ ରେକର୍ଡ ହୋଇଛି। ୨୦୧୮ରେ ସର୍ବନମ୍ନ ତାପମାତ୍ରା ୧୪.୧ ଡିଗ୍ରୀ ରହିଥିଲା । ସେହିପରି ୬ସହରରେ ୧୦ ଡିଗ୍ରୀ କିମ୍ବା ତାଠାରୁ କମ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି । ଜି.ଉଦୟଗିରି ୫.୪ ଡ଼ିଗ୍ରୀ ,ସେମିଳିଗୁଡା ୬.୧ ଡିଗ୍ରୀ, ଦାରିଙ୍ଗବାଡି ୭ ଡିଗ୍ରୀ, ଫୁଲବାଣୀ ୮ ଡିଗ୍ରୀ ଏବଂ ଝାରସୁଗୁଡା ୯.୮ ଡିଗ୍ରୀ ରେକର୍ଡ କରାଯାଇଛି ।