ମହଙ୍ଗା ମାଡ଼ରୁ ଆଶ୍ୱସ୍ତି: ୧୧୫ ଟଙ୍କା ଶସ୍ତା ହେଲା ଏଲପିଜି ସିଲିଣ୍ଡର, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଳୀ: ନଭେମ୍ବର ମାସର ପ୍ରଥମ ଦିନରେ ଇନ୍ଧନରେ ଦାମରେ ସାମାନ୍ୟ ଆଶ୍ୱସ୍ତି ମିଳିଛି । କେନ୍ଦ୍ର ସରକାର ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ କରିଛନ୍ତି । ଅବଶ୍ୟ ଏହା ସମଗ୍ର ଦେଶରେ କମର୍ସିଆଲ ସିଲିଣ୍ଡର ଦରରେ ହୋଇଛି । ୧ ନଭେମ୍ବର ୨୦୨୨ରେ ୧ କିଲୋ ଥିବା ସିଲିଣ୍ଡରର ମୂଲ୍ୟ ୧୧୫.୫୦ ଟଙ୍କା ଶସ୍ତା ହୋଇଛି । ଘରୋଇ ଏଲପିଜି ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ ୬ ଜୁଲାଇରୁ ଘରୋଇ ସିଲିଣ୍ଡରର ଦାମ ସ୍ଥିର ରହିଛି ।

ଦିଲ୍ଲୀରେ ୧ କିଲୋର ଇଣ୍ଡେନ ଏଲପିଜି ସିଲିଣ୍ଡରର ନୂଆ ଦର ୧୭୪୪ ଟଙ୍କା ହୋଇଛି, ଯାହାକି ପୂର୍ବରୁ ୧୮୫.୫ ଟଙ୍କା ଥିଲା । ସେହିପରି ମୁମ୍ବାଇରେ କମର୍ସିଆଲ ସିଲିଣ୍ଡରର ଦାମ୍ ୧୮୪୪ ଟଙ୍କାରେ ମିଳୁଥିବା ବେଳେ ଏବେ ତାହା ୧୬ ଟଙ୍କାରେ ମିଳିବ । ସେହିପରି ଚେନ୍ନାଇରେ ଏଲପିଜି ସିଲିଣ୍ଡର ଏଣିକି ୧୮୯୩ ଟଙ୍କା, କୋଲକାତାରେ ୧୮୪୬ ଟଙ୍କା ହୋଇଛି ।

SBI_Festive_Digital Billboard