ପୁଣି ୨୫ଟଙ୍କା ବଢ଼ିଲା LPG ରନ୍ଧନ ଗ୍ୟାସ

ନୂଆଦିଲ୍ଲୀ,୧ /୩ : ଆଜି ପୁଣି ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ୨୫ଟଙ୍କା ବୃଦ୍ଧି ପାଇଛି । ଗତ ଫେବ୍ରୁଆରି ମାସରେ ରାଜ୍ୟରେ ଏଲପିଜି ସିଲିଣ୍ଡର ମୂଲ୍ୟ କ୍ରମାଗତ ଭାବେ ତିନି ଥର ପାଇଁ ବୃଦ୍ଧି ଘଟିଥିବା ବେଳେ ମାର୍ଚ୍ଚ ଆରମ୍ଭରୁ ଆଜି ପୁଣି ଏଲପିଜି ଦରରେ ବୃଦ୍ଧି ଘଟିଛି। ପ୍ରଥମ ଥର ପାଇଁ ଫେବ୍ରୁଆରି ୪ରେ ଏଲପିଜି ଦରରେ ୨୫ଟଙ୍କା ବୃଦ୍ଧି ଘଟିଥିବା ବେଳେ ଫେବ୍ରୁଆରି ୧୪ରେ ଆଉ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ପରେ ତୃତୀୟ ଥର ପାଇଁ ଫେବ୍ରୁଆରି ୨୫ରେ ଏଲପିଜି ସିଲିଣ୍ଡରରେ ୨୫ ଟଙ୍କାର ମୂଲ୍ୟବୃଦ୍ଧି ଘଟିଥିଲା।

ଆଜି ହୋଇଥିବା ଦର ବୃଦ୍ଧି ପରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ପାଇଁ ୮୧୯ଟଙ୍କା ଦେବାକୁ ହେବ। ସେହିଭଳି କୋଲକାତାର ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ପାଇଁ ୮୪୫ଟଙ୍କା ଦେବାକୁ ହେବ। ମୁମ୍ବାଇରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୮୧୯ ଥିବା ବେଳେ ଚେନ୍ନାଇରେ ୮୩୫ ଏବଂ ହାଇଦ୍ରାବାଦରେ ଏହା ୮୭୧.୫୦ଟଙ୍କା ରହିଛି। ଭୁବନେଶ୍ୱରରେ ୧୪.୨ କେଜି ଏଲପିଜି ସିଲିଣ୍ଡର ପାଇଁ ୮୪୫ ଟଙ୍କା ୫୦ ପଇସାକୁ ବୃଦ୍ଧି ହୋଇଛି ।