ନୂଆଦିଲ୍ଲୀ,୦୭/୦୪ : ବଢ଼ିଲା ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହାରଦୀପ ସିଂହ ପୁରୀ ସୋମବାର ଘୋଷଣା କରିଛନ୍ତି । ଏହି ବର୍ଦ୍ଧିତ ଦର ଆସନ୍ତାକାଲି ଠାରୁ ଲାଗୁ ହେବ। ଦର ବୃଦ୍ଧି ସହିତ ଉଜ୍ଜଳା ବ୍ୟତୀତ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୮୦୩ ଟଙ୍କାରୁ ୮୫୩ ଟଙ୍କାକୁ ବୃଦ୍ଧିପାଇବ। ସେହିପରି ଉଜ୍ଜଳା ଯୋଜନାରେ ମିଳୁଥିବା ସିଲିଣ୍ଡର ମୂଲ୍ୟ ୫୦୦ ଟଙ୍କାରୁ ୫୫୦ ଟଙ୍କାକୁ ବୃଦ୍ଧିପାଇବ।