ଖରିନାସୀ ଲୁଣା ଘେରି ବନ୍ଧରେ ୨o ଫୁଟ ଘାଇ, ମାଛ ଓ ଧାନଚାଷୀ କ୍ଷତିଗ୍ରସ୍ତ

ମହାକାଳପଡ଼ା,୨୦/୮ (କେଶବ ଚରଣ ନାଥ) : ମହାକାଳପଡ଼ା ନଦୀ ତଟ ବନ୍ଧ ଉପଖଣ୍ଡ କାର୍ଯ୍ୟାଳୟ ଅଧିନସ୍ଥ ଗୋଜl ବନ୍ଧ ସେକ୍ସନ ଅନ୍ତର୍ଗତ ଖରିନାସୀ ବାରଶହ ଏକର ଦ୍ୱିତୀୟ କ୍ରିକ ପାଖ ଲୁଣା ଘେରି ବନ୍ଧରେ ୨o ଫୁଟ ଘାଇ ହୋଇ ଚାଷୀଙ୍କୁ ସମସ୍ୟା ସୃଷ୍ଟି କରୁଛି। ପ୍ରକାଶ ଥାଉକି, ଅଳ୍ପ କିଛି ମାସ ତଳେ ବିଭାଗୀୟ କର୍ତ୍ତୃପକ୍ଷ ବାରଶହ ଏକର ଲୁଣା ଘେରି ବନ୍ଧ କାର୍ଯ୍ୟ କରାଇଥିଲେ । ମାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅଣଦେଖା ଓ କାର୍ଯ୍ୟ ସମ୍ପାଦନ କାରି ଠିକାଦାରଙ୍କ ଅବହେଳାରୁ ଘେରି ବନ୍ଧ କାର୍ଯ୍ୟ ଠିକଣା ଭାବେ ସମ୍ପାଦିତ ହୋଇନପାରିବାରୁ ଏବେ ଘାଇ ସୃଷ୍ଟି ହୋଇଛି । ସୃଷ୍ଟ ଘାଇ ବାରଶହ ଏକରରେ ଥିବା ଖାଲୁଆ ଜମିର ଧାନ ଚାଷୀ ଓ ମାଛ ଚାଷୀ ଙ୍କୁ କ୍ଷତି କରିବା ପରେ ଅନ୍ୟ ଚାଷୀଙ୍କ ଶଙ୍କା ବୃଦ୍ଧି ପାଇଛି । ଦୁର୍ବଳ ଘେରିବନ୍ଧରେ ଘାଇ ଯୋଗୁ ପୋଖରିରେ ଅତିରିକ୍ତ ପାଣି ପଶି ମାଛ ଭାସି ଯାଇଛନ୍ତି । ଯାହାଫଳରେ ଚାଷ କରି ଖର୍ଚ୍ଚlନ୍ତ ହୋଇ ଅମଳ ଅପେକ୍ଷା ରେ ଥିବା ମାଛ ଚାଷୀ ଉପ ମଣ୍ଡଳ, ସୁଜିତ ତରଫଦାର, ସଞ୍ଜୟ ମଣ୍ଡଳ, ଶାନ୍ତି ରଞ୍ଜନ ରାୟ ଆଦି କ୍ଷତି ପାଇଁ ମୁଣ୍ଡ ବାଡ଼ଉଛନ୍ତି । ଏପଟେ ଧାନ ଚାଷୀ ଶଙ୍କରୀକରଣ ଧାନ ତଳି ରୋଇଥିବାରୁ ଧୋଇଯିବା ନେଇ ଚିନ୍ତାରେ ଅଛନ୍ତି ଉଭୟ ପ୍ରକାରର ଚାଷୀ । ଦୁର୍ଦ୍ଦ୍ୱଶା ଲାଘବ ପାଇଁ ଘେରି ବନ୍ଧ ଘାଇ ମରାମତି ଜରୁରୀ ହୋଇଛି ।