ଆଜି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୮/୦୭ : ଭୁବନେଶ୍ବରରେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ପ୍ରକୋଷ୍ଠରେ ହେଉଛି ଅଭିଯୋଗ ଶୁଣାଣି । ୟୁନିଟ ୨ ସ୍ଥିତ କ୍ୟାପିଟାଲ ନର୍ସରୀ ନିକଟରେ ଚଳିତ ଥରର ଅଭିଯୋଗ ଶୁଣାଣ ଆୟୋଜିତ ହୋଇଛି। ଆଜିର ଶୁଣାଣି ପାଇଁ ୧୦୦୦ ଲୋକ ଅନଲାଇନରେ ପଞ୍ଜିକରଣ କରିଛନ୍ତି । ବର୍ଷାକୁ ଦୃଷ୍ଟିରେ ରଖି ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ସହ ଅଭିଯୋଗ ଶୁଣୁଛନ୍ତି। ପ୍ରଥମେ ଦିବ୍ୟଙ୍ଗଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।