ମା’ ମଝିଘରିଆଣୀ ମନ୍ଦିର ଦାନହୁଣ୍ଡିରୁ ବାହାରିଲା ୧ କୋଟିରୁ ଉର୍ଦ୍ଧ ଟଙ୍କା

ଭୁବନେଶ୍ୱର,୧୯/୧ : ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିରର ଦାନହୁଣ୍ଡି ଅର୍ଥ ଗଣତି ଶେଷ ହୋଇଛି । ଅଧିକାରୀଙ୍କ ଉପସ୍ଥିତରେ ସରିଲା ଦାନହୁଣ୍ଡି ଗଣତି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସରିଲା ରାୟଗଡାର ଅଧିଷ୍ଠାତ୍ରୀ ମା ମଝିଘରିଆଣୀଙ୍କ ଦାନହୁଣ୍ଡୀ ଗଣତି । ଆଜି ଗଣତି କାର୍ଯ୍ୟରେ ବିଭିନ୍ନ ସାମାଜିକ ସଂଗଠନର ମହିଳା ନିୟୋଜିତ ହୋଇଥିଲେ । ମାଁଙ୍କ ପୂଜାର୍ଚ୍ଚନା ପରେ ୬ମାସ ବ୍ୟବଧାନରେ ରାଜସ୍ୱ ବିଭାଗ ଅଧିକାରୀଙ୍କ ଉପସ୍ଥିତରେ ଗଣତି ହୋଇଥିଲା । ହୁଣ୍ଡିରୁ ନଗଦ ୧କୋଟି ୫ଲକ୍ଷ ୫୨ହଜାର ୮୫୪ଟଙ୍କା, ୨କିଲୋ ୧୫୦ ଗ୍ରାମ ରୂପା ଓ ୩୦ ଗ୍ରାମ ସୁନା ବାହାରିଛି । ଏଥିସହ ୨୩ଟି ବିଦେଶୀ ନୋଟ ମଧ୍ୟ ବାହାରିଥିବା ସୂଚନା ରହିଛି । ସଂଗ୍ରହ ସମସ୍ତ ଅର୍ଥ ଓ ସୁନା ରୂପା ମନ୍ଦୀର ପରିସରରୁ ମଝିଘରିଆଣୀ ଟ୍ରଷ୍ଟର ସ୍ବତନ୍ତ୍ର ବସରେ ବ୍ୟାଙ୍କ କୁ ସ୍ଥାନାନ୍ତର କରାଯାଇଛି । ଦାନ ଅର୍ଥ ୟୁନିୟନ୍ ବ୍ୟାଙ୍କରେ ଜମାକରାଯିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।