ଭୁବନେଶ୍ବର,୧/୨: ଭୁବନେଶ୍ବର ଦିବ୍ୟାଙ୍ଗ ତାଲିମ କେନ୍ଦ୍ରରେ ଚାଲିଥିବା ଦେହ ବ୍ୟବସାୟ ଘଟଣାରେ ଟେଲରିଂ ଇନ୍ଷ୍ଟ୍ରକ୍ଟର ମଧୁ ମଞ୍ଜରୀ ଧଳ ଗିରଫ। ମଧୁ ମଞ୍ଜରୀ ଜବରଦସ୍ତ ଯୁବତୀଙ୍କୁ ଦେହ ବ୍ୟବସାୟ କାର୍ଯ୍ୟରେ ଲିପ୍ତ କରୁଥିଲେ । ଭୁବନେଶ୍ବର ଏୟାରପୋର୍ଟ ଥାନା ପୋଲିସ ତାଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବର ଦିବ୍ୟାଙ୍ଗ ତାଲିମ କେନ୍ଦ୍ରରେ ଚାଲିଥିବା ଦେହ ବ୍ୟବସାୟର ମୁଖ୍ୟ ଅଭଯୁକ୍ତ ସୁରେଶ ବେହେରାର ସହଯୋଗୀ ହେଉଛନ୍ତି ମଧୁମଞ୍ଜରୀ ଧଳ । ସୂଚନାଯୋଗ୍ୟ ଯେ, ଭୁବନେଶ୍ବରରେ ଚାକିରୀ ଦେବା ନାଁରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନନିର୍ଯାତନା ଘଟଣାକୁ ନେଇ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଥିଲା।