ମଧୁରଗଣ୍ଡ ସେବା ସମବାୟ ସମିତିରେ ଘୋଟାଲା ସାଙ୍ଗକୁ ଅବ୍ୟବସ୍ଥାର ପ୍ରତିବାଦ କଲେ ଚାଷୀ

ମହାକାଳପଡ଼ା – (କେଶବ ଚନ୍ଦ୍ର ନାଥ) : କେନ୍ଦ୍ରାପଡା ସହକାରୀ ନିବନ୍ଧକ ସେବା ସମବାୟ ସମିତି ( ଏଆରସିଏସ ) କାର୍ଯ୍ୟାଳୟ ଅଧିନସ୍ଥ ମହାକାଳପଡ଼ା ବ୍ଲକ ଅମେଇପାଳ ପଂଚାୟତସ୍ଥ ମଧୁର ଗଣ୍ଡ ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକଙ୍କ ଘୋଟାଲା ଓ ସ୍ଥାୟୀ ସମ୍ପାଦକ ନେଇ ୠଣୀ ଓ ସଭ୍ୟମାନେ ସୋମବାର ଦିନ ସାମ୍ବାଦିକ ସମ୍ମିଳନୀରେ ନିଁଜ ନିଜର ମତବ୍ୟକ୍ତ କରିଥିଲେ I ପୂର୍ବତନ ସମ୍ପାଦକ ୨୦୧୨ରୁ ସମ୍ପାଦକ ଭାବେ କାର୍ଯ୍ୟ କରିଆସୁଥିଲା ବେଳେ ଡ଼ିସେମ୍ବର ୨୦୧୯ରେ ତାଙ୍କର ଦେହାନ୍ତ ହୋଇଥିଲା I ତାଙ୍କର କାର୍ଯ୍ୟକାଳ ଭିତରେ କେତକ ସଭ୍ୟଙ୍କ ଅଗୋଚରରେ ସେମାନଙ୍କ ନାମରେ ଋଣ କରାଇଥିଲେ I ଏପରିକି ବାପ ଓ ପୁଅ ଙ୍କ ନାମେ ଋଣ କରିଥିବା ବେଳେ ୠଣୀ ପରିବାର ଲୋକେ କେହିବି ଜାଣିନାହାନ୍ତି I ମାତ୍ର ସମ୍ପୃକ୍ତ ୠଣୀମାନଙ୍କୁ ବୀମା ରାଶି ନମିଳିବା ଓ ପରବର୍ତ୍ତୀ ସମୟରେ ଋଣ ପାଇଁ ଯିବାରୁ ପୂରୁଣl ଋଣ କଥା ଜାଣିବା ପରେ ଖୋଳ ତାଡ଼ ଆରମ୍ଭ ହୋଇଥିଲା I ଏପରିକି ୨୦୦ରୁ ଅଧିକ ଲୋକଙ୍କ ନାମେ ଋଣ କରାଯାଇ ଟଙ୍କା ହରିଲୁଟ ହୋଇଥିବା କଥା ପୁରୁଣା ଲୋନୀ ମାନେ କହନ୍ତି I ପୂର୍ବତନ ସମ୍ପାଦକଙ୍କ ସମ୍ପର୍କୀୟ ଲୋକ ୨୦୦୩ ରୁ ସମିତିର ସଭାପତି ପଦବୀରେ ରହିବାର ସୁଯୋଗ କ୍ରମେ ୪୦ଲକ୍ଷ ରୁ ଉର୍ଧ୍ଵ ଟଙ୍କା ଘୋଟଲା ହୋଇଥିବା କଥା ଲୋନୀ ମାନେ କୁହନ୍ତି I ଏପରିକି ପୁରୁଣା ଋଣ ପାଇଁ କିଛି ସଭ୍ୟ ପେସି ହେଉଥିବା ବେଳେ ଅଣୠଣୀ ସଭ୍ୟ ମାନେ ସ୍ଥାୟୀ ସମ୍ପାଦକ ଅଭାବରୁ ସାର, ବିହନ,ଖରିଫ ଋଣ ଓ ମଣ୍ଡିରେ ଧାନ ବିକ୍ରୟ ପାଇଁ ନାମ ପଞ୍ଜିକରଣ ହୋଇ ନପାରିବା ନେଇ ଅଭିଯୋଗ କରିଥିଲେ I

ଏପଟେ ବୋର୍ଡ ଭାଙ୍ଗିବା ପୂର୍ବରୁ ସଭାପତି ତରବରୀଆ ଭାବେ ପୂର୍ବତନ ସମ୍ପାଦକଙ୍କ ପତ୍ନୀ ତଥା ପୁତୁରା ବୋହୁକୁ ଅଣ ଅନୁଷ୍ଠାନିକ ମତେ ସହ ସମ୍ପାଦିକା ଭାବେ କାର୍ଯ୍ୟରେ ଯୋଗ ଦିଆଇଥିଲେ I ଜାନୁଆରୀ ୨୦୨୦ଠାରୁ ବିଜୟ ନଗର ସମିତିର ସମ୍ପାଦକ ଦାୟିତ୍ୱରେ ରହି କେବଳ ଧାନ ମଣ୍ଡି କାମ ସରିବା ପରେ ବିଭିନ୍ନ ଅlଳ ଦେଖାଇ ଜୁନ ମାସରେ ସମିତି ଦାୟିତ୍ୱ ଛାଡି ଦେଇଥିଲେ I କିନ୍ତୁ ୬ ମାସ କାଳ ଦାୟିତ୍ୱ ରେ ଥିବା ବେଳେ ଘଡିଏ ଅଧେ ଯାଇ ସୁଦ୍ଧା ପୁରୁଣା ଲୋନୀ ମାନଙ୍କୁ ଋଣ ବହି ଆଦି ଦେବାର ନା ଗନ୍ଧ ଧରି ନ ଥିଲେ I ସମିତି ଅଧିନସ୍ଥ ପାଞ୍ଚ ଖଣ୍ଡି ଗାଁ ର ଚାଷୀମାନେ ଏନେଇ ଜିଲ୍ଲାପାଳ ଏଆରସିସି. ବିଭାଗୀୟ ସଚିବଙ୍କୁ ଅଭିଯୋଗ କରି ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିବା ସହିତ ସ୍ଥାୟୀ ସମ୍ପାଦକ ଯୋଗାଇ ଦେବାକୁ କୁହନ୍ତି I ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଂଚାୟତର ସମିତି ସଭ୍ୟ ପ୍ରଦୀପ ବେହେରା, ପୂର୍ବତନ ସମିତି ସଭାପତି ଅମୁଲ୍ୟ ଦାସ, କୁଳମଣିନାୟକ, ବିଜୟ ମହାପାତ୍ର,ରାଜକିଶୋର ସାହୁ, ମନୋଜ ପ୍ରଧାନ ସମେତ ଅନେକ ୠଣୀ ଓ ସମିତି ସଭ୍ୟ ମାନେ ଉପସ୍ଥିତ ରହି ଅଭିଯୋଗ କରିଥିଲେ I