ଭୁବନେଶ୍ଵର, ୦୭/୦୮ : ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦିକ୍ଷିତ ଓଡ଼ିଶା ହସ୍ତତନ୍ତ ଶିଳ୍ପର ବ୍ରାଣ୍ଡ୍ ଆମ୍ବାସଡର୍ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆୟୋଜିତ ଏକତା କାର୍ଯ୍ୟକ୍ରମ ଅବସରରେ ଏହି ଘୋଷଣା କରିଛନ୍ତି । ମାଧୁରୀ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାର ହସ୍ତତନ୍ତ ସାମଗ୍ରୀକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର ପ୍ରସାର କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଏବଂ ଅଭିନେତ୍ରୀ ମାଧୁରୀ ଦିକ୍ଷିତ ସ୍ୱତନ୍ତ୍ର ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାର ହସ୍ତତନ୍ତ ଦେଶର ବିଭିନ୍ନ ରାଜ୍ୟରେ ଆଦର ରହିଛି । ବିଶ୍ୱରେ ଏହାର ପ୍ରଚାର ପ୍ରସାର ପାଇଁ ମାଧୁରୀଙ୍କୁ ଆମ୍ବାସଡରଭାବେ ନିଯୁକ୍ତି କରାଯାଇଛି । ମାଧୁରୀଙ୍କ ନେତୃତ୍ୱରେ ଓଡ଼ିଶାର ହସ୍ତତନ୍ତ ଛବି ବହୁତ ଚମକିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଏହା ଦ୍ୱାରା ବୁଣାକାର ମଧ୍ୟ ଲାଭବାନ ହେବ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଆଜିର ଦିବସ ଗର୍ବ ଏବଂ ସ୍ମରଣର ଦିନ। ହସ୍ତତନ୍ତ୍ର କ୍ଷେତ୍ର କେବଳ ଆମର ଆର୍ଥିକ ମେରୁଦଣ୍ଡ ନୁହେଁ ବରଂ ଆମର ଗର୍ବ ଏବଂ ଗାରିମାର ପର୍ବ । ଓଡ଼ିଶାର ୬ ଟି ସ୍ଥାନରେ ଟେକ୍ସଟାଇଲ ପାର୍କ ହେବ । ପ୍ରତି ସପ୍ତାହର ଗୋଟିଏ ଦିନରେ ଓଡ଼ିଶାର ହ୍ୟାଣ୍ଡଲୁମ ପରିଧାନ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ହସ୍ତତନ୍ତ କେବଳ ଆର୍ଥିକ ମେରୁଦଣ୍ଡ ନୁହେଁ, ଏହା ଆମର ଗର୍ବ । ୩୦ ଜିଲ୍ଲାରେ ୩୦ ହଜାର ବୁଣାକାର ଶ୍ରମିକ ସହାୟକ ନିଯୁକ୍ତ ହୋଇଛନ୍ତି । ବୁଣାକାରଙ୍କ ସାମାଜିକ, ଆର୍ଥିକ ବିକାଶ ପାଇଁ ଆମେ ଚେଷ୍ଟା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।