ମହାକାଳପଡ଼ା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଗ୍ରାମପଞ୍ଚାୟତର ସରପଞ୍ଚ ପଦବୀ ବର୍ଷାଧିକ ହେବ ଖାଲି ପଡିବା ପରେ ଚଳିତ ମାସରେ ରାଜ୍ୟ ନିର୍ବାଚନ କମିଶନର ଜିଲ୍ଲା ପ୍ରଶାସନକୁ ଉପନିର୍ବାଚନ ପାଇଁ ସୂଚନା ଦେଇଥିଲେ l ତଦନୁଯାୟୀ ଜିଲ୍ଲା ପ୍ରଶାସନର ସୂଚନା ମତେ ସ୍ଥାନୀୟ ବ୍ଲକ ପ୍ରଶାସନ ଗୁରୁବାର ୨୫ ତାରିଖ ଦିନ ସରପଞ୍ଚ ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି l ଵିଜ୍ଞପ୍ତିରେ ମାର୍ଚ୍ଚ ମାସର ୩୦,୩୧ ଓ ଏପ୍ରିଲ ୫ ତାରିଖ ତିନିଦିନ ଧରି ସରପଞ୍ଚ ପଦବୀ ନିମନ୍ତେ ଉପନିର୍ବାଚନରେ ଭାଗ ନେବାକୁ ଇଛୁକ ପ୍ରାର୍ଥୀମାନେ ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ ଘଂଟିକାରୁ ଅପରାହ୍ନ ୩ ଘଂଟିକା ପର୍ଯ୍ୟନ୍ତ ଉପସ୍ଥିତ ରହି ପ୍ରାର୍ଥୀପତ୍ର ଦାଖଲ କରିପାରିବେବୋଲି ଉଲ୍ଲେଖ ରହିଛି l ଏପ୍ରିଲ ୬ ତାରିଖ ଦିନ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ l ସେହିପରି ଏପ୍ରିଲ ୯ ତାରିଖ ପୂର୍ବାହ୍ନ ୧୧ ଘଂଟିକା ପୂର୍ବରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ନିର୍ଘଣ୍ଟ କରିଛନ୍ତି l ସେହିଦିନ ଅରାହ୍ଣ ୩ ଘଂଟିକାପରେ ବୈଧ ପ୍ରାର୍ଥୀ ମାନଙ୍କ ନାମ ପ୍ରକାଶିତ ହେବ l ଆଉ ଏପ୍ରିଲ ୨୮ ତାରିଖ ଦିନ ପୂର୍ବାହ୍ନ ୭ ଘଂଟିକାରୁ ମଧ୍ୟାହ୍ନ ୧୨ ଘଂଟିକା ପର୍ଯ୍ୟନ୍ତ ପଂଚାୟତର ୨୪ ଗୋଟି ୱାର୍ଡର ନାଗରିକମାନେ ମତଦାନ କରିପାରିବେ ବୋଲି ବିଜ୍ଞପ୍ତି ରୁ ଜଣାପଡିଛି l