ନୂଆବର୍ଷ ଆରମ୍ଭରେ ମହାସଂଯୋଗ ଏବଂ ଶୁଭ ଯୋଗ ହେବାକୁ ଯାଉଛି । ଯାହାକି ମହାଲକ୍ଷ୍ମୀ ରାଜଯୋଗ । ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ ୧୮ଜାନୁଆରୀ ୨୦୨୬ରେ ମହାଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେଉଛି । ଏହାର ପ୍ରଭାବ କିଛି ରାଶିଙ୍କ ଉପରେ ପଡିବ, ଯାହାଙ୍କ ଭାଗ୍ୟ ଖୋଲିବ ।
ମେଷ: ମହାଲକ୍ଷ୍ମୀଙ୍କ ରାଜଯୋଗ ଏହି ରାଶିର ବ୍ୟକ୍ତିଙ୍କ ଉପରେ ଆର୍ଥିକ ଭାବେ ପ୍ରଭାବ ପକାଇବ । ବ୍ୟବସାୟ, ଚାକିରିରେ ସଫଳତା ପାଇବେ । ଯେଉଁମାନଙ୍କ ପାଖରେ ଚାକିରି ନାହିଁ ଚାକିିରିର ସୁଯୋଗ ସୃଷ୍ଟି ହେବ । ବର୍ଷ ଆରମ୍ଭରେ ଜୀବନ ସୁଖମୟ ହେବ । ନିବେଶ କରିବାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ପରିବାରରେ ବିଗିଡିଥିବା ସମ୍ପର୍କ ସୁଧୁରିବ ।
ବୃଷ: ଏହି ରାଶିରେ ମହାଲକ୍ଷ୍ମୀ ରାଜଯୋଗ ଧନ ଆସିବାର ରାସ୍ତା ଖୋଲିବ । ଅଟକିଥିବା ପଇସା ମିଳିପାରେ, ଆୟର ଉତ୍ସ ବଢିବାରେ । ଚାକିରି ସ୍ଥିତି ମଜବୁତ ହେବ, ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଭଲ ଲାଭ ମିଳିବ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ପରିଶ୍ରମର ଫଳ ପ୍ରାପ୍ତ ହେବ ।
ଧନୁ: ଏହି ରାଶିରେ ମହାଲକ୍ଷ୍ମୀ ରାଜଯୋଗ ସଂଯୋଗ ଅତ୍ୟନ୍ତ ଶୁଭ । କ୍ୟାରିଅରରେ ଉନ୍ନତି କରିବେ, ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ହେବ । ଯେଉଁମାନେ ନିବେଶ କରିବାକୁ ଚାହୁଁଛନ୍ତି ବୁଝିବିଚାରି ନିବେଶ କରନ୍ତୁ । ଆତ୍ମବିଶ୍ୱାସ ବଢିବ । ଧନ ଆସିବାର ବାଟ ଫିଟିବ । ନୂଆ ଦାୟିତ୍ୱ ସହିତ ସମ୍ମାନ ମିଳିବ । କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି ।
