ମାହାଙ୍ଗା,୨/୧୦ : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ ମାହାଙ୍ଗାରେ ଜନସମ୍ପର୍କ ପଦଯାତ୍ରା ଓ ଗାନ୍ଧୀ ଜୟନ୍ତୀ ଆଜି ପାଳିତ ହୋଇଅଛି। ଚମ୍ପାପୁର ସ୍ଥିତ କଇଥା ଗାନ୍ଧୀ ଶିକ୍ଷାଶ୍ରମରେ ମନ୍ତ୍ରୀ ଶ୍ରୀ ଜେନା ଦଳୀୟ ନେତୃମଣ୍ଡଳୀ ମାନଙ୍କ ସହ ପହଂଚି ଗାନ୍ଧୀଜୀଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଦେଇ ଶ୍ରଦ୍ଧାସୁମାନ ଅର୍ପଣ କରିଥିଲେ। ସେଇପରି ମନ୍ତ୍ରୀ ଶ୍ରୀ ଜେନା ଦଳୀୟ କର୍ମୀଙ୍କ ଗହଣରେ କଇଥା ପଂଚାୟତ ଓ ସମାସରପୁର ପଂଚାୟତ ପଦଯାତ୍ରାରେ ଯାଇ ଲୋକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିବାସହ ଯଶୋରାଜ ପୁର ଓ ଭେଡା ପଂଚାୟତ ରାମକୃଷ୍ଣ ପୁର ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏହି ଅବସରରେ ଏକ ପଥ ପ୍ରାନ୍ତ ସଭାରେ ଯୋଗଦେଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ମାହାଙ୍ଗା ଆଗମନ ସମ୍ପର୍କରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିରେ ବ୍ଲକ ଅଧକ୍ଷ ଶରତ ନାୟକ, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା,ବ୍ଲକ ଯୁବ ବିଜେଡି ସଭାପତି ଶରତ ନାୟକ ହେମନ୍ତ ପ୍ରଧାନ, ବ୍ଲକ ଉପାଧକ୍ଷା ରସିଦା ବେଗମ, ଜିଲ୍ଲା ବିଜେଡି ଉପସଭାପତି ପ୍ରଶାନ୍ତ ପଟ୍ଟନାୟକ, ଜିଲ୍ଲାପାରିଷଡ଼ ସଭ୍ୟା ପ୍ରତିନିଧି ଦୀପକ କୁମାର ଦାଶ,ଜିଲ୍ଲାପରିସଦ ସଭ୍ୟ ହୃଷିକେଶ ସ୍ୱାଇଁ ଙ୍କ ସମେତ ବହୁ ବିଜେଡ଼ି ନେତା ଓ କର୍ମୀ ମାନେ ଉପସ୍ଥିତ ରହି ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ ।