ପୁରୀ ୧୬/୦୪ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ସମ୍ପନ୍ନ ସୋମବାର ହେବ । ଠାକୁରଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି ହେଉଥିବା ସେବାୟତମାନେ କହନ୍ତି । ପାଟବସ୍ତ୍ରକୁ ପଇତା ଭଳି ବଳାଯାଇ ଦାରୁଦେବତାଙ୍କ ଶ୍ରୀଅଙ୍ଗରେ ଲାଗି ହୁଏ । ଏହି ସ୍ୱତନ୍ତ୍ର ନୀତି ପାଇଁ ସେଦିନ ଅପରାହ୍ଣରେ ପ୍ରାୟ ୩ ଘଣ୍ଟା ଦର୍ଶନ ବନ୍ଦ ରହିବାର ସମ୍ଭାବନା ରହିଛି । ନୀତି ସରିବା ପରେ ଠାକୁରଙ୍କ ମହାସ୍ନାନ ବଢ଼ିଲେ ପୁନଃ ଦର୍ଶନ ଆରମ୍ଭ ହେବ । ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିଲା ପରେ ପଇତାଲାଗି ନୀତି ହେବ । ଦଇତାପତି ସେବକମାନେ ଗର୍ଭଗୃହକୁ ପ୍ରବେଶ କରି ସେବା ସମ୍ପନ୍ନ କରିବେ ।
