ମହାରାଷ୍ଟ୍ରରେ ମେ’ ୧୫ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ

ମୁମ୍ବାଇ,୨୯ /୪ : ମହାରାଷ୍ଟ୍ରରେ ମେ’ ୧୫ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ। ମହାରାଷ୍ଟ୍ର ଗତ ୨୪ଘଣ୍ଟା ମଧ୍ୟରେ ୬୬,୧୫୯ଜଣ ନୂତନ କୋଭିଡ-୧୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୭୧ଜଣଙ୍କର ମୃତ୍ୟୁ ହେବା ପରେ ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି କହିଛି ଯେ, “ଏହି ଭୂତାଣୁ ବିସ୍ତାରକୁ ରୋକିବା ପାଇଁ ଜରୁରୀକାଳୀନ ପଦକ୍ଷେପ ଜାରି ରଖିବା ଜରୁରୀ । ମହାମାରୀ ରୋଗ ଅଧିନିୟମ, ୧୮୯୭ ର ଧାରା ୨ ଅନୁଯାୟୀ ଦିଆଯାଇଥିବା କ୍ଷମତାର ପ୍ରୟୋଗରେ ସରକାର ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ ଅନୁଯାୟୀ ଲକଡାଉନ ଅବଧିକୁ ବଢ଼ାଇଛନ୍ତି।