ରାଜଘାଟରେ ରାଷ୍ଟ୍ରପିତା ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨ /୧୦ : ଆଜି ମହାତ୍ମାଗାନ୍ଧୀଙ୍କ ୧୫୧ ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳେ ରାଜଘାଟ ପହଞ୍ଚି ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଟ୍ୱିଟ କରି ବାପୁଜୀଙ୍କୁ ପ୍ରଣାମ ଜଣାଇଥିଲେ। ଟ୍ୱିଟ କରି କହିଛନ୍ତି, ସ୍ନେହର ବାପୁ ତୁମକୁ ପ୍ରଣାମ। ତାଙ୍କ ଜୀବନରୁ ଓ ମହାନ ବିଚାରରୁ ବହୁ କିଛି ଶିଖିବାର ଆବଶ୍ୟକତା ରହିଛି। ସର୍ବଦା ବାପୁଜୀଙ୍କ ଆଦର୍ଶ ଆମକୁ ସମୃଦ୍ଧ ଓ କରୁଣ ଭାରତ ତିଆରି ପାଇଁ ମାର୍ଗଦର୍ଶନ କରୁଥିବେ।