ଭୁବନେଶ୍ବର ୧ ନମ୍ବର ହାଟରେ ଅଗ୍ନିକାଣ୍ଡ, ପୋଡି ପାଉଁଶ ହୋଇଗଲା ୪୦ଟି ଦୋକାନ ଘର

ଭୁବନେଶ୍ବର, ୨୦/୦୧ : ଭୁବନେଶ୍ବର ୧ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଲାଗିଥିଲା ନିଆଁ । ଅଗ୍ନିକାଣ୍ଡରେ ପ୍ରାୟ ୪୦ଟି ଦୋକାନ ଘର ପୋଡି ପାଉଁଶ ହୋଇଯାଇଛି । ପ୍ଲାଷ୍ଟିକ୍ ମାର୍କେଟରେ ନିଆଁ ଲାଗିବା ଯୋଗୁ ଏକାଧିକ ଦୋକାନ ଜଳିଯାଇଥିବା ଜଣାପଡିଛି । ୧୩ଟି ଦମକଳବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି । ୩ ଘଣ୍ଟା ପରେ ନିଆଁ ଆୟତ୍ତ ହୋଇଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।