ଆପଣ କେବେ ରସୁଣ ପରଟା ଖାଇଛନ୍ତି କି ? ଯଦି ନା ତେବେ ଅବଶ୍ୟ ଟ୍ରାଏ କରନ୍ତୁ । ତେବେ ଆସନ୍ତୁ ଜାଣିବା ରସୁଣ ପରଟା କିପରି ପ୍ରସ୍ତୁତ କରାଯାଏ…..
ପ୍ରସ୍ତୁତି ପ୍ରଣାଳୀ : ଆପଣ ପ୍ରଥମେ ରସୁଣକୁ ଚୋପା ଛଡ଼ାଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏବେ ଏଥିରେ କଞ୍ଚାଲଙ୍କା କାଟି କରି ମିଶାନ୍ତୁ। ବର୍ତ୍ତମାନ ଏଥିରେ ଲୁଣ ଏବଂ ଜୁଆଣି ଭଲ ଭାବେ ମିଶାନ୍ତୁ।
ଏବେ ଏକ ପାତ୍ରରେ ଅଟା,ଲୁଣ, ଗରମ ମସଲା, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଭଲ ଭାବେ ମିଶାଇ ପାଣି ପକାଇ ଚକଟା ପ୍ରସ୍ତୁତ କରନ୍ତୁ। ଚକଟିବା ପରେ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରି ପୁରୀ ଆକାରର ବେଲନ୍ତୁ। ବେଲିବା ପରେ ଏଥିରେ ଅଳ୍ପ ଘିଅ ଲଗାଇ ପୂର୍ବ ପ୍ରସ୍ତୁତ ରସୁଣକୁ ପୁର ଭଳି ଭର୍ତ୍ତି କରି ଗୁଳା କରି ପରଟା ଆକୃତିର ବେଲନ୍ତୁ। ଏହାପରେ ଗ୍ୟାସ ଲଗାଇ ତାୱା ଗରମ କରି ବେଲିଥିବା ପରଟାକୁ ସେକି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ରସୁଣ ପରଟା।