ଭୁବନେଶ୍ୱର : ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଓଡ଼ିଶା ଆସିବେ। ଶ୍ରୀ ଖଡ଼ଗେ ଓ ପ୍ରିୟଙ୍କା ଗାନ୍ଧି ଆସନ୍ତା ଫେବ୍ରୁଆରିରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆୟୋଜିତ ହେବାକୁ ଥିବା ‘ହାଥ ସେ ହାଥ ଯୋଡ଼ୋ’ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଏଆଇସିସି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କ ଓଡ଼ିଶା ଗସ୍ତ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି।
