ଏହି ଦେଶରେ ‘ଭଙ୍ଗା ବାସନ’ ଉଠାଇବାରୁ ପର୍ଯ୍ୟଟକଙ୍କୁ ମିଳିଲା ମୃତ୍ୟୁ ଦଣ୍ଡ

ଜଣେ ଅବସରପ୍ରାପ୍ତ ବ୍ରିଟିଶ ଭୂତତ୍ୱ ବିଜ୍ଞାନୀ ଇରାକରେ କଳାକୃତି ଚୋରି କରିଥିବା ଅଭିଯୋଗ ଲାଗିଛି । ସେ ସେଠାରୁ ସ୍ମୃତିରୂପେ ଏରିଡୁରୁ ୧୨ ଟି ପଥର ଏବଂ କିଛି ଭଙ୍ଗା ବାସନ ଉଠାଇଥିବା ଅଭିଯୋଗ ହୋଇଛି । ଏହା ଯଦିଓ ତାଙ୍କ ପାଇଁ ଏକ ଭୌଗୋଳିକ ଏବଂ ପ୍ରତ୍ନତାତ୍ତ୍ୱିକ ଭ୍ରମଣ ଥିଲା, ତଥାପି ଇରାକରୁ ଏହି ସାମଗ୍ରୀ ଉଠାଇବା ତାଙ୍କ ପାଇଁ ମହଙ୍ଗା ପଡିଛି ।

ଜର୍ମାନୀର ଜିମ୍ ଫିଟନ୍ ଏବଂ ତାଙ୍କ ସାଥୀ ପର୍ଯ୍ୟଟକ ଭୋଲକର ୱାଲଡମ୍ୟାନ୍ ବର୍ତ୍ତମାନ ମୃତ୍ୟୁଦଣ୍ଡର ସମ୍ମୁଖୀନ ହୋଇଛନ୍ତି । ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିପେଣ୍ଡେଣ୍ଟ ଏନେଇ ରିପୋର୍ଟ କରିଛି ଯେ, ୬୬ ବର୍ଷର ୱାଲଡରମ୍ୟାନ୍ ପ୍ରଥମ ଥର ପାଇଁ ଇରାକ କୋର୍ଟରେ ହାଜର ହୋଇଥିଲେ ।

ରିପୋର୍ଟ ଅନୁସାରେ, ଉଭୟଙ୍କୁ ହଳଦିଆ ରଙ୍ଗର ପୋଷାକ ପିନ୍ଧାଯାଇ କୋର୍ଟରେ ହାଜର କରାଯାଇଥିଲା । ଯାହା ଇରାକରେ ବନ୍ଦୀ ଥିବା ଅଭିଯୁକ୍ତମାନଙ୍କୁ ଦିଆଯାଏ । ଏହି ବ୍ୟକ୍ତି ତିନିଜଣିଆ ଖଣ୍ଡପୀଠଙ୍କୁ କହିଛନ୍ତି ଯେ, ସେ ଅପରାଧିକ ଉଦ୍ଦେଶ୍ୟରେ କାର୍ଯ୍ୟ କରିନାହାନ୍ତି । ମାର୍ଚ୍ଚ ୨୦ ରେ, ଯେତେବେଳେ ଟୁର୍ ଗ୍ରୁପ୍ ବାଗଦାଦର ବିମାନବନ୍ଦରରୁ ଉଡ଼ାଣ ଭରିଥିଲା, ତା ପୂର୍ବରୁ ଏହି ଜିନିଷଗୁଡ଼ିକ ବିମାନବନ୍ଦରରେ ଚେକିଂ ସମୟରେ ଜବତ କରାଯାଇଥିଲା ।

ଫିଟନ୍ କହିଛନ୍ତି ଯେ, ସେ ଭାବିଥିଲେ ଯେ ସେ ରଖିଥିବା ଜିନିଷଗୁଡିକ ପ୍ରାଚୀନ ଅଟେ, କିନ୍ତୁ ସେ ଭଙ୍ଗା ବାସନ ଉଠାଇବାରୁ ପର୍ଯ୍ୟଟକଙ୍କୁ ମୃତ୍ୟୁ ଦଣ୍ଡ ସେତେବେଳେ ଇରାକର ନିୟମ ଜାଣି ନଥିଲେ । ସେ କହିଛନ୍ତି ଯେ, ଯେଉଁଠାରୁ ସେ ଏହି ବାସନର ଭଗ୍ନାବଶେଷ ଗୁଡ଼ିକୁ ଉଠାଇ ଆଣିଥିଲେ, ସେଠାରେ କୌଣସି ସିକ୍ୟୁରିଟି ନଥିଲେ କି କୌଣସି ବାରିକେଡ୍ ନ ଥିଲା । ଏପରିକି ସେଠାରେ କୌଣସି ନିର୍ଦ୍ଦେଶନାମା ବା ନିୟମାବଳୀ ବି ଲେଖା ଯାଇନଥିଲା । ଯାହାକି ପର୍ଯ୍ୟଟକଙ୍କୁ ଦର୍ଶାଇ ଥାଆନ୍ତା ଯେ, ଏହି ଜିନିଷଗୁଡିକ ଉଠାଇବା ଏକ ଅପରାଧ ଅଟେ ବୋଲି ।

ଫିଟନ୍ କହିଛନ୍ତି ଯେ ସେ ଜଣେ ଭୂବିଜ୍ଞାନୀ ହୋଇଥିବାରୁ ବିଭିନ୍ନ ସ୍ଥାନରୁ ଖଣ୍ଡ ବିଖଣ୍ଡିତ ଶିଳା ଗୋଟାଇବାର ତାଙ୍କର ଅଭ୍ୟାସ ଥିଲା, କିନ୍ତୁ ସେଗୁଡିକ ବିକ୍ରୟ କରିବାର ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା । ଏବେ ଦେଖିବାକୁ ବାକି ରହିଲା ଯେ, ଫଟନଙ୍କ ପାଇଁ ଇରାକ୍ ସରକାର କି ରାୟ ଦେଉଛନ୍ତି । ସେପଟେ ଫିଟନଙ୍କୁ ମୁକ୍ତ କରିବା ପାଇଁ ବ୍ରିଟେନ୍ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ପିଟିସନ ଦାଖଲ କରାଯାଇଛି । ଯେଉଁ ପିଟିସନରେ ପାଖାପାଖି ୧ ଲକ୍ଷ ୨୪ ହଜାର ଲୋକ ଦସ୍ତଖତ କରାଯାଇଛି ।