ଭୁବନେଶ୍ୱର, ୧୬/୦୨ : ହତ୍ୟା ଓ ଯୌତୁକ ନିର୍ଯାତନା ମାମଲାରେ ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ ଓଡଗାଁ ଅତିରିକ୍ତ ଜ଼ିଲ୍ଲା ଦୌରାଜଜ୍ ମାନସ ରଞ୍ଜନ ରଥ । ସରଣକୁଳ ଥାନା ବଧିସାହି ଗାଁର ତପନ ପ୍ରଧାନକୁ ଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି । ହତ୍ୟାକାଣ୍ଡ ଘଟିଥିଲା ୨୦୨୩ ମସିହାରେ । ହତ୍ୟା ଓ ଯୌତୁକ ନିର୍ଯାତନା ମାମଲା ରୁଜୁ କରି ତପନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ୧୬ ଜଣ ସାକ୍ଷୀ, ସାଇଣ୍ଟିଫିକ ତଦନ୍ତ ତଥ୍ୟ ଆଧାରରେ ଅଭିଯୁକ୍ତ ତପନ ଦୋଷୀ ସାବ୍ୟସ୍ତ ହୋଇଛି । ତାକୁ ଆଜୀବନ କାରାଦଣ୍ଡ ସହ ୨୦ ହଜର ଟଙ୍କାର ଜରିମାନା ଦଣ୍ଡାଦେଶ ହୋଇଛି। ଜରିମାନା ଅନାଦେୟ ଅଧିକ ୬ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡିବ ।