ଆଜିକାଲି ଲୋଗଙ୍କର ଗୋଟିଏ ଭୁଲ ବି ଜୀବନ ପ୍ରତି ଭାରି ପଡ଼ୁଛି । ଛୋଟ ଛୋଟ ଅବହେଳା ଜୀନବ ନେଇଯାଉଛି । ଏଭଳି ଅନେକ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏବେ ସାମ୍ନାକୁ ଆସିଛି ଆଉ ଏକ ଭିଡିଓ, ଯାହାକୁ ଦେଖି ଆପଣ ମଧ୍ୟ ମୁଣ୍ଡରେ ହାତ ଦେଇଦେବେ । ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ଟ୍ରେନ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଉଥିବା ଦେଖିବାକୁ ମିଳିଛି । ଜଣେ ଆରପିଏଫ୍ ଯବାନ ଦେବଦୂତ ସାଜି ବ୍ୟକ୍ତି ଜଣଙ୍କୁ ବଞ୍ଚାଇଥିବା ଦେଖିବାକୁ ମିଳିଛି ।
ଭାଇରାଲ ହେଉଥିବା ଭିଡିଓ ସୋସିଆଲ ମିଡିଆରେ ‘ଜିନ୍ଦେଗୀ ଗୁଲଜାର ହେ’ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଛି । ଏହି ଭିଡିଓରେ ଜଣେ ବ୍ୟକ୍ତି ରେଳ ଟ୍ରାକ୍ ଅତିକ୍ରମ କରି ପ୍ଲାଟଫର୍ମକୁ ଆସୁଥିବା ନଜର ଆସିଛନ୍ତି । ଏହି ସମୟରେ ତାଙ୍କ ଜୋତା ବାହାରି ଯାଇଥିଲା, ଯାହାକୁ ଉଠାଇବାକୁ ସେ ପଛକୁ ଫେରିଯାଇଥିଲେ । ସାମ୍ନାରୁ ଟ୍ରେନ୍ ଆସିଥିବା ବେଳେ ବି ସେ ଜୋତା ପାଇଁ ନିଜ ଜୀବନକୁ ବିପଦ ଆଡକୁ ଡେଲିଦେଇଥିଲେ ।
आपके जूते से ज्यादा आपकी जान की क़ीमत है,
जुतों का क्या है वो तो बाजार में दोबारा मिल जाएगा
पर आपकी जान दोबारा नहीं मिलेगी 🙏❤️ pic.twitter.com/u48ZhXTooN— ज़िन्दगी गुलज़ार है ! (@Gulzar_sahab) November 14, 2022
ବ୍ୟକ୍ତିଙ୍କ ଏପରି କାମ ଓ ଟ୍ରେନ୍ ଆସୁଥିବାର ଦେଖି ସୁରକ୍ଷା ବଳର ଜଣେ ସିଆରପିଏଫ୍ ଯବାନ ତାଙ୍କ ଆଡକୁ ଶୀଘ୍ର ଧାଇଁଥିଲେ । ଟ୍ରେନ୍ ଆସିବା ପୂର୍ବରୁ ଯବାନ ଜଣକ ବ୍ୟକ୍ତିଙ୍କୁ ଟ୍ରାକରୁ ବାହାରକୁ ନେଇ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହିସବୁ ଦେଖି ଯବାନ ଜଣକଙ୍କୁ ବହୁତ ରାଗିଯାଇଥିଲେ ଓ ଉଦ୍ଧାର କରିବା ପରେ ସେ ବ୍ୟକ୍ତିଜଣଙ୍କୁ ମାରୁଥିବାର ମଧ୍ୟ ଦେଖିବାକୁ ମିଳିଛି ।
