ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ ଗିରଫ, ଭୁବନେଶ୍ବର ବାସଭବନରୁ ଉଠାଇନେଲା ଖୋର୍ଦ୍ଧା ପୁଲିସ

ଭୁବନେଶ୍ବର,୨/୯: ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ ଗିରଫ । ମାନସଙ୍କୁ ଭୁବନେଶ୍ବରସ୍ଥିତ ବାସଭବନରୁ ଉଠାଇନେଲା ଖୋର୍ଦ୍ଧା ପୁଲିସ। ମାନସଙ୍କ ନାଁରେ ନିର୍ଯାତନା ଓ ହତ୍ୟା ଅଭିଯୋଗ ଭଳି ମାମଲା ରହିଛି । ଖୋର୍ଦ୍ଧାରୁ ଏକ ସ୍ୱତନ୍ତ୍ର ଟିମ ଆସି ମାନସଙ୍କୁ ଗିରଫ କରିଥିବା ସୂଚନା ମିିଳିଛି ।

ଅନେକ ଦିନ ହେବ ମାନସ ଦାସଙ୍କୁ ଗିରଫ କରିବାକୁ ଚାରିଆଡୁ ଦାବି ହେଉଥିଲା । ଧିରେ ଧିରେ ମାନସଙ୍କ ସମସ୍ତ କାମ ଉପରୁ ପରଦା ଉଠିବା ପରେ ଆଜି ପୁଲିସ ତାଙ୍କ ଘରେ ପହଞ୍ଚି ତାଙ୍କୁ ଗରିଫ କରିଥିବା ସୂଚନା ମିଳିଛି ।

ବାପା-ପୁଅଙ୍କୁ ପିଟିବାର ଭିଡିଓ ଭାଇରାଲ ହେବା ପରେ ମାନସ ବିବାଦ ଘେରକୁ ଆସିଥିଲେ । ତାଙ୍କ ସଂଗଠନ ବିରୋଧରେ ହତ୍ୟା ଅଭିଯୋଗ ଭଳି ମାମଲା ଥିଲା । ଆଜି ବି ମାନସଙ୍କ ବିରୋଧରେ ଆଉ ଏକ ଏତଲା ଦାଖଲ ହୋଇଥିଲା । ଖୋର୍ଦ୍ଧା ବୋଗୁନିଆ ଅଞ୍ଚଳରେ ଆତଙ୍କରାଜ ଚଳାଇଥିଲା ମାନସ । ସଂଗଠନ ନାଁରେ ନୀରିହ ଆଦିବାସୀଙ୍କ ଉପରେ ଚଳାଇଥିଲା ଅତ୍ୟାଚାର ।