ହୋଲିରେ ମନମୋହନଙ୍କ ବଡ ବୟାନ, ଶହେ ପ୍ରତିଶତ ଜିତିବେ ଦିଲୀପ ରାୟ

ଭୁୁବନେଶ୍ୱର, ୦୫/୦୩ : ରାଜଧାନୀରେ ମଧ୍ୟ ବିଜେପି, ବିଜେଡି ଓ କଂଗ୍ରେସ ମୁଖ୍ୟାଳୟରେ ଜମିଛି ହୋଲି ଖେଳର ଆସର ଜମାଇଥିଲେ । ପ୍ରତ୍ୟେକ ନେତା ପରସ୍ପରକୁ ରଙ୍ଗ ମାରି ହୋଲି ଉତ୍ସବ ପାଳନ କରିଥିଲେ । ଏହି ଉପଲକ୍ଷେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ରାଜନୀତିର ରଙ୍ଗ ସବୁ ବେଳେ ଭଲ ଅଛି । ଏହା ସହ ସେ ରାଜ୍ୟସଭା ନିର୍ବାଚନକୁ ନେଇ ଦିଲୀପ ରାୟଙ୍କ ଉପରେ ବଡ ମନ୍ତବ୍ୟ ଦେଇଛନ୍ତି । ଓଡିଶା ସମୃଦ୍ଧ ହେଉ, ଏକ ନମ୍ବର ରାଜ୍ୟ ହେଉ । ବିକଶିତ ଭାରତରେ ଓଡିଶାର ବଡ ଯୋଗଦାନ ରହୁ । ହୋଲି ପରେ ଯେତେବେଳେ ରାଜନୀତି ହେବ ସେ କଥା ଅଲଗା । ରାଜନୀତିର ରଙ୍ଗ ସବୁ ବେଳେ ଭଲ ଅଛି । ଏହାକୁ ଭଲ କରି ପାରିଲେ ଭଲ । ରାଜ୍ୟସଭା ନିର୍ବାଚନ ଆଡକୁ ଇଙ୍ଗିତ କରି ମନମୋହନ କହିଛନ୍ତି, ଆମେ ଯାହାକୁ ସମର୍ଥନ ଦେଉ ପୂର୍ଣ୍ଣମାତ୍ରାରେ ସମର୍ଥନ ଦେଉ ।

ଦିଲୀପ ରାୟ ଜଣେ ଅନୁଭବୀ ନେତା । ବହୁଥର ବିଧାୟକ ଓ ସାଂସଦ । କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି, ରାଜ୍ୟରେ ବି ମନ୍ତ୍ରୀ ଥିଲେ । ସେ ନିଶ୍ଚୟ ବିଜୟ ହେବେ, ଶହେ ପ୍ରତିଶତ ମୋର ବିଶ୍ୱାସ ଅଛି । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଯିଏ ପ୍ରାର୍ଥୀ ହେବ, ସେ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ଭେଟିବ । ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ଓଡିଶାରୁ ୪ଟି ଖାଲି ପଡୁଥିବା ଆସନ ମଧ୍ୟରୁ ପ୍ରଥମ ଦୁଇଟି ଆସନ ପାଇଁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବର୍ତ୍ତମାନ ରାଜ୍ୟସାଂସଦ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଛି । ଦଳ ଚତୁର୍ଥ ଆସନ ପାଇଁ ବଡ ଗେମ ଖେଳିଛି । ବିଜେଡି ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ କରିବା ପରେ ବିଜେପି ବିରେଧୀଙ୍କୁ ଅଙ୍କ ବିଗାଡିବା ପାଇଁ ଅଭିଜ୍ଞ ଓ ପୁରୁଖା ନେତା ଦିଲୀପ ରାୟଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛି । ଏବେ ଚତୁର୍ଥ ଆସନ ପାଇଁ ଲଢେଇ ରୋଚକ ହେବାକୁ ଯାଉଛି ।